Odisha Link
Bridging the Missing Links in Odisha

ହତ୍ୟା ପାଇଁ ୨୦ ଲକ୍ଷ ସୁପାରି!

ରାଉରକେଲା: ପୂର୍ବତନ କାଉନସିଲରଙ୍କୁ ବୋମା ମାଡ଼ ଘଟଣାରେ ଏକ ନୂଆମୋଡ଼ ଆସିଛି। ପୂର୍ବତନ କାଉନସିଲରଙ୍କୁ ବୋମାମାଡ଼ କରି ମାରି ଦେବାକୁ ଯୋଜନା ଥିଲା। ଏନେଇ ଅଟକ ଥିବା ବ୍ୟବସାୟୀ ୨୦ ଲକ୍ଷ ଟଙ୍କା ସୁପାରି ଦେଇଥିବା ସୂଚନା ମିଳିଛି। ଅନ୍ୟ ୨ ଅଟକ ବ୍ୟକ୍ତିଙ୍କୁ ସମ୍ପୃକ୍ତ ବ୍ୟବସାୟୀ ସୁପାରି ଦେଇଥିଲେ। ସମ୍ପୃକ୍ତ ବ୍ୟବସାୟୀଙ୍କ ସମେତ ମୋଟ ୩ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି। ଗତକାଲି ପୂର୍ବତନ କାଉନସିଲର ବୁଲୁ ମହାନ୍ତିଙ୍କ ଉପରେ ବୋମାମାଡ଼ ହୋଇଥିଲା। ଦୁର୍ବୃତ୍ତମାନେ ଉଦିତନଗର ଥାନା ବାସନ୍ତୀ କଲୋନରେ ବୋମାମାଡ଼ କରିଥିଲେ।

Comments are closed.