ଓମାର ଓ ମୁଫତିଙ୍କ ନାଁରେ ଲାଗିଲା ପିଏସ୍ଏ, ବର୍ଷିଲେ ଚିଦାମ୍ବରମ୍
ନୂଆଦିଲ୍ଲୀ: ଅଗଷ୍ଟ ୪ରୁ ଅଟକ ଥିବା ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହେବୁବା ମୁଫତିଙ୍କ ନାଁରେ ପବ୍ଲିକ ସେଫ୍ଟି ଆକ୍ଟ(ପିଏସ୍ଏ) ଲଗାଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ସେମାନେ ଦୀର୍ଘ ୬ ମାସ ହେଲା ଷ୍ଟେଟ ଗେଷ୍ଟ ହାଉସରେ ଅଟକ ଥିବା ବେଳେ ଏବେ ସେମାନଙ୍କ ନାଁରେ ପିଏସଏ ଲାଗୁ ହୋଇଛି।
ଏହାକୁ ନେଇ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍। ସେ ଟୁଇଟ କରି ଟାର୍ଗେଟ କରିଛନ୍ତି ସରକାରଙ୍କୁ। ସେ କହିଛନ୍ତି ଯେ, ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହେବୁବା ମୁଫତିଙ୍କ ନାଁରେ ପବ୍ଲିକ ସେଫ୍ଟି ଆକ୍ଟ(ପିଏସ୍ଏ) ଲାଗିବାକୁ ନେଇ ମୁଁ ଚିନ୍ତିତ। ଏଭଳି କାର୍ଯ୍ୟ ଲୋକତନ୍ତ୍ରର ସବୁଠାରୁ ଖରାପ ପଦକ୍ଷେପ ବୋଲି କହିଛନ୍ତି ଚିଦାମ୍ବରମ୍।
Shocked and devastated by the cruel invocation of the Public Safety Act against Omar Abdullah, Mehbooba Mufti and others.
— P. Chidambaram (@PChidambaram_IN) February 7, 2020
ସୂଚନାଯୋଗ୍ୟ, ପର୍ଯ୍ୟାୟକ୍ରମେ ଅନେକ ରାଜନେତାଙ୍କୁ ଅଟକ ଦଣ୍ଡରୁ ମୁକ୍ତି ଦିଆଯାଇଛି। ସେମାନେ ରାଜନୀତିକ କାର୍ଯ୍ୟକଳାପ କିମ୍ବା ମୋଦି ସରକାରଙ୍କ ଧାରା ୩୭୦ ଉଚ୍ଛେଦ ବିରୋଧରେ ମୁହଁ ଖୋଲିବେ ନାହିଁ ସର୍ତ୍ତରେ ଛାଡ଼ ପାଇଛନ୍ତି। ହେଲେ ଓମାର, ମୁଫତି ଏବଂ ଫାରୁକଙ୍କ ସମେତ ଆଉ କିଛି ନେତା ଏଥିରେ ରାଜି ହୋଇ ନଥିଲେ।
ତେଣୁ ସେମାନଙ୍କୁ ଅଟକ ରଖାଯାଇଛି। ଏବେ ଓମାର ଓ ମୁଫତିଙ୍କ ନାଁରେ ପିଏସଏ ଲାଗୁ ହୋଇଛି। ଏହାର ଅର୍ଥ ପ୍ରଶାସନ ପିଏସଏ ବଳରେ ଅଟକ ରହୁଥିବା ଲୋକଙ୍କୁ ୨ ବର୍ଷ ଯାଏ ନ୍ୟାୟିକ ପ୍ରକ୍ରିୟା ସାମିଲ କରିବ ନାହିଁ। ଅର୍ଥାତ ୨ ବର୍ଷ ଯାଏ ବିନା ଶୁଣାଣିରେ ଏମାନେ ଗୃହବନ୍ଦୀ ହୋଇ ରହିବେ। ଏମାନଙ୍କ ବ୍ୟତୀତ ଏନ୍ସିର ସାଧାରଣ ସମ୍ପାଦକ ଅଲୀ ମହମ୍ମଦ ସାଗର, ପୂର୍ବତନ ଏମଏଲସି ବାସିର ବୀର ଓ ପିଡିପି ନେତା ସର୍ତାଜ ମଡନିଙ୍କ ନାଁରେ ମଧ୍ୟ ପିଏସଏ ଲାଗୁ କରାଯାଇଛି।
Comments are closed.