ଏସବିଆଇ ବ୍ୟାଙ୍କ ଗ୍ରାହକଙ୍କୁ ଝଟକା, ଫିକ୍ସଡ ଡିପୋଜିଟ ଉପରେ କମାଇଲା ସୁଧ ହାର
ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ହେଉଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ)। ଏବେ ଏସବିଆଇ ଗ୍ରାହକଙ୍କୁ ଝଟକା ଦେଇଛି ଏସବାଇ। ରିଟେଲ ଟର୍ମ ଡିପୋଜିଟ ଅର୍ଥାତ ଫିକ୍ସଡ ଡିପୋଜିଟ(ଏଫଡି) ଉପରେ ମିଳୁଥିବା ସୁଧ ହାରକୁ କମାଇ ଦେଇଛି। ଫିକ୍ସଡ ଡିପୋଜିଟ୍(୨ କୋଟିରୁ କମ୍) ଉପରେ ଏସବିଆଇ ୧୦ରୁ ୫୦ ବେସିସ୍ ପଏଣ୍ଟ ସୁଧ ହ୍ରାସ କରିଛି। ସେହିପରି ୨ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ଫିକ୍ସଡ ଡିପୋଜିଟ ଉପରେ ୨୫ରୁ ୫୦ ବେସିସ ପଏଣ୍ଟ ସୁଧ ହ୍ରାସ କରିଛି। ଆସନ୍ତା ୧୦ ତାରିଖରୁ ଏହି ନୂଆ ସୁଧ ହାର ଲାଗୁ କରାଯିବ।
୨ କୋଟି ଟଙ୍କାରୁ କମ୍ ଫିକ୍ସଡ ଡିପୋଜିଟ ଉପରେ ସୁଧ ହାର
ଅବଧି ନୂଆ ହାର ବରିଷ୍ଠ ନାଗରିକଙ୍କ ପାଇଁ ନୂଆ ହାର
୭ରୁ ୪୫ ଦିନ ୪.୫% ୫%
୪୬ରୁ ୧୭୯ ଦିନ ୫% ୫.୫%
୧୮୦ରୁ ୨୧୦ ଦିନ ୫.୫% ୬%
୨୧୧ରୁ ୧ ବର୍ଷ ୫.୫% ୬%
୧ ବର୍ଷରୁ ୨ ବର୍ଷ ୬% ୬.୫%
୨ ବର୍ଷରୁ ୩ ବର୍ଷ ୬% ୬.୫%
୩ ବର୍ଷରୁ ୫ବର୍ଷ ୬% ୬.୫%
୫ ବର୍ଷରୁ ୧୦ ବର୍ଷ ୬% ୬.୫%
Comments are closed.