ଘୁଞ୍ଚିଲା ଶାହୀନବାଗ ଆବେଦନର ଶୁଣାଣି
![](https://www.odishalink.com/wp-content/uploads/2020/02/Shaheen-Bagh.jpg)
ନୂଆଦିଲ୍ଲୀ: ଘୁଞ୍ଚିଲା ସୁପ୍ରିମକୋର୍ଟରେ ହେବାକୁ ଥିବା ଦିଲ୍ଲୀ ଶାହୀନବାଗ ଆନ୍ଦୋଳନର ଶୁଣାଣି। ଆସନ୍ତାକାଲି ଦିଲ୍ଲୀ ବିଧାନସଭା ଭୋଟ ଥିବାରୁ ଶୁଣାଣିକୁ ଘୁଞ୍ଚାଯାଇଛି। ଆଜି ଶୁଣାଣି ହେଲେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ ଏଥପାଇଁ କୋର୍ଟ ଏହି ଆବେଦନର ଶୁଣାଣି ସୋମବାରକୁ ଘୁଞ୍ଚାଇଛନ୍ତି।
ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନପିଆର)କୁ ବିରୋଧ କରି ପାଖାପାଖି ଦୁଇ ମାସ ହେବ ଦିଲ୍ଲୀ ଶାହୀନବାଗରେ ଆନ୍ଦୋଳନ ହେଉଛି। ଆନ୍ଦୋଳନ ହେବା ଫଳରେ କାଲିନ୍ଦୀ କୁଞ୍ଜ-ଶାହୀନବାଗର ରାସ୍ତା ବନ୍ଦ ରହିଛି। ଫଳରେ ଏହି ରାସ୍ତା ବନ୍ଦ ଥିବାରୁ ଲୋକମାନେ ଯିବା ଆସିବା କରିପାରୁ ନାହାନ୍ତି। ଏହି ସମସ୍ୟାର ସମାଧାନ ପାଇଁ ବିଜେପିର ପୂର୍ବତନ ବିଧାୟକ ନନ୍ଦ କିଶୋର ଶୀଘ୍ର ଶୁଣାଣି କରିବାକୁ ଆବେଦନ କରିଥିଲେ। ଏଥିସହ ସର୍ବସାଧାରଣ ସ୍ଥାନରେ ଆନ୍ଦୋଳନ ହେଉଥିବା ବେଳେ କୋର୍ଟ ଏକ ଗାଇଡଲାଇନ୍ ଜାରି କରିବା ଦରକାର ବୋଲି ସେ ଆବେଦନରେ ଦର୍ଶାଇଛନ୍ତି।
Comments are closed.