Odisha Link
Bridging the Missing Links in Odisha

ଆଜି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ହେବ ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଲୋକସେବା ଭବନରେ ପୂର୍ବାହ୍ନ ସାଢ଼େ ୧୧ଟାରେ ମନ୍ତ୍ରୀ ପରିଷଦ ବୈଠକ ଓ ଅପରାହ୍ନ ୧୨ଟା ୧୫ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ଆଗାମୀ ୨୦୨୦-୨୧ ବର୍ଷର ବଜେଟ ଚିଠା ପ୍ରସ୍ତାବ ଆଗତ ହେବାକୁ ରହିଥିବାବେଳେ ରାଜ୍ୟ କ୍ୟାବିନେଟ ବୈଠକରେ ୯ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆଗତ କରାଯିବ। ସେଥି ମଧ୍ୟରେ ସାଧାରଣ ପ୍ରଶାସନ ବିଭାଗର ଦୁଇଟି ଓଡ଼ିଶା ସିଭିଲ ସର୍ଭିସ ରୁଲ୍ସର ସଂଶୋଧନ ସହିତ ପଞ୍ଚାୟତିରାଜ ବିଭାଗ, ଓଡ଼ିଶା ବିଧାନସଭା, ଓଡ଼ିଶା ଖଣି ନିଗମ ଓ ରାଜସ୍ବ ବିଭାଗର କେତେକ ପ୍ରସ୍ତାବ ଆଗତ କରାଯିବାକୁ ରହିଛି।

ସୂଚନା ଅନୁଯାୟୀ ମନ୍ତ୍ରୀ ପରିଷଦ ବୈଠକରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ସରକାର ପ୍ରାୟ ଦେଢ଼ ଲକ୍ଷରୁ ଅଧିକ କୋଟି ଟଙ୍କାର ଚିଠା ପ୍ରସ୍ତାବ ଆଣିବାକୁ ରହିଛି। ବର୍ତ୍ତମାନ ରାଜ୍ୟର ରାଜସ୍ବ ୮ପ୍ରତିଶତ ରହିଛି ଏହି ପରିପ୍ରେକ୍ଷୀରେ ରାଜ୍ୟ ବଜେଟ ପ୍ରାୟ ୧.୫୩ଲକ୍ଷ କୋଟି ରହିବ ବୋଲି ଅର୍ଥ ବିଭାଗ ପକ୍ଷରୁ ଜଣାଯାଇଛି। ୨୦୧୯-୨୦ବର୍ଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧.୩୯ଲକ୍ଷ କୋଟି ଟଙ୍କାର ବଜେଟ ଅଣାଯାଇଥିଲା। ସେହିପରି ରାଜ୍ୟ କ୍ୟାବିନେଟରେ ଓଡ଼ିଶା ଖଣି ନିଗମର କେତେକ ନିୟମରେ ସଂଶୋଧନ ଅଣାଯିବାକୁ ରହିଥିବାବେଳେ ପଞ୍ଚାୟତିରାଜ ବିଭାଗର ୫ଟି ପାଇପ ଯୋଗେ ପାନୀୟଜଳ ଯୋଗାଣ ପ୍ରକଳ୍ପ ଟେଣ୍ଡର ନେଇ ସରକାର ନିଷ୍ପତ୍ତି ନେବାକୁ ରହିଛି।

Comments are closed.