Odisha Link
Bridging the Missing Links in Odisha

ସମ୍ବଲପୁର ଗସ୍ତରେ ବିଧାନସଭା ଷ୍ଟାଣ୍ଡିଂ କମିଟିର ୪ ଜଣିଆ ଟିମ୍

ସମ୍ବଲପୁର: ଆଜି ସମ୍ବଲପୁର ଗସ୍ତରେ ଆସିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟିର ୪ ଜଣିଆ ଟିମ୍। ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇଙ୍କ ଅଧ୍ୟକ୍ଷତାରେ ବିଧାନସଭା ଷ୍ଟାଣ୍ଡିଂ କମିଟିର ବୈଠକ ସମ୍ବଲପୁରର ସର୍କିଟ ହାଉସରେ ଅନୁଷ୍ଠିତ ହୋଇଛି। ବୈଠକରେ ଶକ୍ତି, ରାଜସ୍ବ ଓ ଅବକାରୀ ବିଭାଗକୁ ନେଇ ସମୀକ୍ଷା କରାଯାଇଛି। ଏହି ଟିମରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ସୋରୋ ବିଧାୟକ ପର୍ଶୁରାମ ଧଡ଼ା, ଧର୍ମଗଡ ବିଧାୟକ ମୌସୁଧି ବାଗ ପ୍ରମୁଖ ସାମିଲ ଥିଲେ। ଆରଡିସି, ଜିଲାପାଳ, ଏସପି, ରେଙ୍ଗାଲି ବିଧାୟକ ନାଉରି ନାୟକ ଓ ବିଭିନ୍ନ ଅଧିକାରୀ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।

Comments are closed.