ନମସ୍କାରର ଅର୍ଥ ବୁଝାଇଲେ ଅମିତାଭ

ମୁମ୍ବାଇ : ବଲିଉଡର ଅଭିନେତା ଅମିତାଭ ବଚ୍ଚନ ଅଭିନୟ ବ୍ୟତିତ ସୋସିଆଲ ମିଡିଆରେ ମଧ୍ୟ ଆକ୍ଟିଭ୍ ଥାନ୍ତି । ପ୍ରାୟ ସମୟରେ ସେ ମନରୋଞ୍ଜନ ହେଉ କି କିଛି ଶିକ୍ଷଣୀୟ ଟୁଇଟ ଶେୟାର କରିଥାନ୍ତି । ଇତିମଧ୍ୟରେ ଅମିତାଭ ଟୁଇଟରରେ ‘ନମସ୍କାର’ର ସଠିକ୍ ଅର୍ଥକୁ ନେଇ ଏକ ଟୁଇଟ ଶେୟାର କରିଛନ୍ତି ।
ଯାହା ଏବେ ଭାଇରାଲ ହେବାରେ ଲାଗିଛି । ବିଗ୍ ବି ଏହି ଟୁଇଟ୍ରେ ଲେଖିଛନ୍ତି, ନମସ୍କାର କେବଳ ଆମର ସଭ୍ୟତାର ପ୍ରତୀକ, ପ୍ରଥା ବା ପରମ୍ପରା ନୁହେଁ। ଏହା ହେଉଛି ଆମର ଆଦର୍ଶ ଓ ସଂସ୍କୃତିର ପରିଚୟ । ଏହି ନମସ୍କାରକୁ ଆମେ ସମ୍ମାନ, ଆଦର, ପୂଜା, ଅନୁରୋଧ ଏବଂ ପ୍ରଣାମ ମଧ୍ୟ କହିଥାଉ ।
T 3432 – NAMASKAAR .. यह नमस्कार केवल हमारी सभ्यता का प्रतीक नहीं है। केवल एक प्रथा या परंपरा नहीं है। यह (cont) https://t.co/SBU5gYryGL
— Amitabh Bachchan (@SrBachchan) February 6, 2020
ଆଉ ବେଳେ ବେଳେ ଏହି ନମସ୍କାରକୁ ଆମେ ସଙ୍କୋଚ ଭାବେ ମଧ୍ୟ ବ୍ୟବହାର କରିଥାଉ । ନମସ୍କାରରେ ଶକ୍ତି ରହିବା ସତ୍ତ୍ୱେ ଏଥିରେ କ୍ରୋଧ ଏବଂ ହିଂସା ଜାଗ୍ରତ ହୋଇ ନ ଥାଏ । ଏଥିରେ ପ୍ରେମ, ସ୍ନେହ, ଶ୍ର୍ରଦ୍ଧା ଓ ଭେଦଭାବ ମଧ୍ୟ ରହିଥାଏ ।
ସେ ଆହୁରି ମଧ୍ୟ ଲେଖିଛନ୍ତି, ଏହି ନମସ୍କାର କେତେବେଳେ ଆତ୍ମା ସହ ଜଡିତ ହୋଇଥିବା ବେଳେ କେତେବେଳେ ଏହା ପ୍ରଥା ମଧ୍ୟରେ ଭିନ୍ନତା ଆଣିଥାଏ । ଏହା ସମ୍ମାନ ସହ ସମ୍ପର୍କର ପ୍ରତୀକକୁ ବୁଝାଏ । ଯେତେବେଳେ ଆମେ ନମସ୍କାର କରିଥାଉ ସେତେବେଳେ ସମସ୍ତ ସଂସ୍କୃତିକୁ ଆମେ ସମ୍ମାନ କରିଥାଉ ବୋଲି ବିଗ୍ ବି କହିଛନ୍ତି ।
Comments are closed.