Odisha Link
Bridging the Missing Links in Odisha

ଫେସବୁକର ଇନଷ୍ଟାଗ୍ରାମ, ଟ୍ଵିଟର ଆକାଉଣ୍ଟ ହ୍ୟାକ୍

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ବଡ ସୋସିଆଲ ମିଡିଆ ସାଇଡ୍ ଫେସବୁକ, ଇନଷ୍ଟାଗ୍ରାମ, ମେସେଞ୍ଜର ଏବଂ ଟ୍ଵିଟର ଆକାଉଣ୍ଟ ହ୍ୟାକ୍ ହୋଇଥିବା ସୂଚନା ମିଳିଛି। ହ୍ୟାକିଂ ଗ୍ରୁପ୍ ଆୱାର ମାଇନ୍ ଏହି ହ୍ୟାକ୍ କରିଥିବା ଜଣାପଡିଛି। ବର୍ତ୍ତମାନ ଏହି ସବୁ ଆକାଉଣ୍ଟକୁ ରି-ଷ୍ଟୋର କରାଯାଇଛି।

ଏହା ପୂର୍ବରୁ ଆୱାର ମାଇନ୍ ଗ୍ରୁପ୍ ଗୁଗଲର ସିଇଓ ସୁନ୍ଦର ପିଚାଇ, ଫେସବୁକ ସିଇଓ ମାର୍କ ଜୁକରବର୍ଗ ଏବଂ ଟ୍ଵିଟରର ସିଇଓ ଜ୍ୟାକ୍ ଡର୍ସିଙ୍କର ଆକାଉଣ୍ଟକୁ ହ୍ୟାକ୍ କରିଥିଲା। ଏହି ଗ୍ରୁପ୍ ଚଳିତବର୍ଷ ଜାନୁଆରୀରେ ୟୁଏସ ନ୍ୟାଶନାଲ ଫୁଟ୍ ବଲ୍‌ ଟିମ୍ ଆକାଉଣ୍ଟକୁ ମଧ୍ୟ ହ୍ୟାକ୍ କରିଥିଲ।।

ହାୟ, ଆମେ ଆୱାର ମାଇନ୍। ୱେଲ ଫେସବୁକକୁ ବି ହ୍ୟାକ୍ କରାଯାଇ ପାରିବ ବୋଲି ଆୱାର ମାଇନ୍ ଗ୍ରୁପ୍ ପକ୍ଷରୁ ଏହି ପୋଷ୍ଟ କରାଯାଇଛି। ନିଜ ଆକାଉଣ୍ଟର ସିକ୍ୟୁରିଟି ବଢାଇବା ପାଇଁ ଆମ ସହ ସମ୍ପର୍କ କରନ୍ତୁ। ଏଥିପାଇଁ ୨ଟି ଲିଙ୍କ୍ ମଧ୍ୟ ହ୍ୟାକିଂ ଗ୍ରୁପ୍ ଦେଇଛନ୍ତି।

Comments are closed.