Odisha Link
Bridging the Missing Links in Odisha

କରୋନା ପାଇଁ ୧୦୦ ନିୟୁତ ଡଲାର୍‌ ସହାୟତା ଘୋଷଣା କଲା ଆମେରିକା

ଓ୍ଵାସିଂଟନ୍‌: କରୋନା ଭାଇରସ୍‌ ଦ୍ୱାରା ପ୍ରଭାବିତ ଚୀନ୍‌ ଏବଂ ଅନ୍ୟାନ୍ୟ ଦେଶକୁ ୧୦୦ ନିୟୁତ ଡଲାର୍‌ ସହାୟତା ଘୋଷଣା କଲା ଆମେରିକା। ଗତକାଲି ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍‌ ପମ୍ପିଓ ଏହା ଘୋଷଣା କରିଛନ୍ତି। ଏକ ବିବୃତିରେ ପମ୍ପିଓ କହିଛନ୍ତି ଯେ, ବଦାନ୍ୟତାପୂର୍ବକ ଆମେରିକୀୟ ଘରୋଇ ସେକ୍ଟର୍‌ ପ୍ରଦତ୍ତ ଶହ ଶହ ନିୟୁତ ଡଲାର୍‌କୁ ସମ୍ବଳ କରି ସରକାରଙ୍କର ଏହି ପ୍ରତିଶ୍ରୁତି କରୋନା ଭାଇରସ୍‌ ପ୍ରକୋପ ବିରୋଧରେ ଯୁକ୍ତରାଷ୍ଟ୍ର ଆମେରିକାର ବଳିଷ୍ଠ ନେତୃତ୍ୱ ପ୍ରଦର୍ଶନ କରୁଛି।କରୋନା ଭାଇରସ୍‌ ପ୍ରପୀଡ଼ିତ ଦେଶମାନଙ୍କୁ ପ୍ରତ୍ୟକ୍ଷ ଏବଂ ବହୁସ୍ତରୀୟ ସଂଗଠନ ଦ୍ୱାରା ଏହି ପାଣ୍ଠି ପ୍ରଦାନ କରି ଯୁକ୍ତରାଷ୍ଟ୍ର ଆମେରିକା ସରକାର ଏହି ପ୍ରତିଶ୍ରୁତିକୁ ପାଳନ କରିବେ। ଗତ ସପ୍ତାହରେ ଆମେରିକୀୟ ବୈଦେଶିକ ବିଭାଗ ଚୀନ୍‌କୁ ପ୍ରାୟ ୧୮ ଟନ୍‌ ଡାକ୍ତରୀ ଉପକରଣ ପଠାଇବାର ବନ୍ଦୋବସ୍ତ କରିଥିଲା।

Comments are closed.