Odisha Link
Bridging the Missing Links in Odisha

ଗାୟତ୍ରୀ ମାଭୁରୁଙ୍କ ବିଶ୍ବ ରେକର୍ଡ: ଟଙ୍କିକିଆ ମୁଦ୍ରାରେ ଚିତ୍ରକଳା

ଭୁବନେଶ୍ବର: ଜଣାଶୁଣା ଚିତ୍ରଶିଳ୍ପୀ, ଲେଖକ ତଥା ଶିକ୍ଷାବିତ୍‌ ଗାୟତ୍ରୀ ମାଭୁରୁ ରଚିଛନ୍ତି ବିଶ୍ବ ରେକର୍ଡ। ଏକ ଟଙ୍କିଆ ଭାରତୀୟ ମୁଦ୍ରାରେ ଅତିକ୍ଷୁଦ୍ର ଚିତ୍ର ଅଙ୍କନ କରି ସେ ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି। ଲଘୁଚିତ୍ର ପାଇଁ ବିଶ୍ବ ରେକର୍ଡ ଇଣ୍ଡିଆ ପକ୍ଷରୁ ଗାୟତ୍ରୀଙ୍କୁ ମିଳିଛି ଏହି ସମ୍ମାନ। ଚିତ୍ରଶିଳ୍ପୀ ଗାୟତ୍ରୀ ଏକ୍ରିଲିକ୍‌ ଚିତ୍ରକରିବା ପାଇଁ ନୂଆ ଏକ ଟଙ୍କିଆ ମୁଦ୍ରାକୁ କାନଭାସ୍‌ର ରୂପେ ବ୍ୟବହାର କରି ଲଘୁଚିତ୍ର ଆଙ୍କିଥାନ୍ତି। ଏହି ହାତ ତିଆରି ଲଘୁଚିତ୍ରର ବ୍ୟାସ ୨୦ ମି.ମି। ଗାୟତ୍ରୀ ୧୦ଟି ଭିନ୍ନ ଭିନ୍ନ ବିଭାଗରେ ୧୦୦ ଗୋଟି ମୁଦ୍ରାକୁ ଚିତ୍ରିତ କରିଛନ୍ତି ଏବଂ ପ୍ରତି ବିଭାଗରେ ୧୦ ଗୋଟି ମୁଦ୍ରା ରହିଛି। ଏହି ସବୁ ବିଭାଗରେ ଗଣେଷ, ବୁଦ୍ଧ, କୋଇ ମାଛ, ବନ୍ଦ କବାଟ, ଫୁଲ, ସିସ୍କେପସ୍, ସିନେରୀ, ସୂର୍ଯ୍ୟ, ଗ୍ରହ, ୯ଟି ପ୍ରଜାପତି, ଡଙ୍ଗା ଏବଂ ଜାହାଜ ଇତ୍ୟାଦିର ଲଘୁଚିତ୍ର ରହିଛି। ଗାୟତ୍ରୀଙ୍କୁ ଏହି ସବୁ ଲଘୁଚିତ୍ର ଆଙ୍କିବା ପାଇଁ ୧୦୦ ଘଣ୍ଟା ସମୟ ଲାଗିଥିଲା। ଏଥିପାଇଁ ତାଙ୍କୁ ୧ ଜାନୁଆରୀ ୨୦୨୦ରେ ସମ୍ମାନିତ କରାଯାଇଛି।

କଳା ଓ ସଂସ୍କୃତି ଦିଗରେ ଗାୟତ୍ରୀଙ୍କ ଯୋଗଦାନ ନିମନ୍ତେ ତାଙ୍କୁ ବହୁ ପ୍ରତିଷ୍ଠିତ ସମ୍ମାନରେ ସମ୍ମାନତି କରାଯାଇଛି। ଯାହା ମଧ୍ୟରୁ କଳାରତ୍ନ, ସ୍ବାମୀ ବିବେକାନନ୍ଦ ଉତ୍କର୍ଷତା ସମ୍ମାନ, ଚିତ୍ର କିବତା ସମ୍ମାନ, ଭାରତର ପ୍ରତିଷ୍ଠିତ ଚିତ୍ରକାର ସମ୍ମାନ ଏବଂ ଶ୍ରୀ ଅଟଳ ବିହାରୀ ବାଜପେୟୀ ସମ୍ମାନ ଅନ୍ୟତମ। ଓଡିଶାକୁ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟୀୟ ସ୍ତରରେ ପ୍ରତିନିଧିତ୍ବ କରିବାର କୌଣସି ସୁଯୋଗକୁ ଗାୟତ୍ରୀ ହାତଛଡା କରିନାହାନ୍ତି।

ଗାୟତ୍ରୀ ତିନିଗୋଟି ଭାଷାରେ ନିଜ କିବତାର ଦୁଇ ଗୋଟି କବିତା ପାଇଁ ଅତ୍ୟନ୍ତ ଜଣାଶୁଣା। ଏଥିସହ ନିଜର କବିତା ପାଇଁ ଗାୟତ୍ରୀଙ୍କୁ ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଯୁବ ଲେଖକ ସମ୍ମାନ ୨୦୧୯ ମିଳିଛି। ଗାୟତ୍ରୀ ବହୁ ରାଷ୍ଟ୍ରୀୟ ସାହିତ୍ୟ ସମାରୋହରେ ଭାଗ ନେଇଛନ୍ତି। ଏଥିସହ ସେ କୋରାପୁଟ ସାହିତ୍ୟ ମହୋତ୍ସବ, ଗଛ କବିତା ମହୋତ୍ସବ, ଗୁଣ୍ଟର କବିତା ଉତ୍ସ୧ ଏବସ ଟାଟା ଭୁବନେଶ୍ବର ସାହିତ୍ୟ ସମୋରାହାରେ ମଧ୍ୟ ଭାଗ ନେଇଛନ୍ତି। ଏହା ସାଙ୍ଗକୁ ଗାୟତ୍ରୀ ଚେରୀ ବ୍ଲୁମସ୍‌ ଗ୍ଲୋବାଲ୍‌ ପ୍ରି-ସ୍କୁଲ୍‌ର ସଂସ୍ଥାପକ ଏବହ ନିର୍ଦ୍ଦେଶକ ଅଟନ୍ତି ଓ ଣ୍ରୀ ଗାୟତ୍ରୀ ବିଦ୍ୟା ବିକାଶ ଏଜଚକେସନ୍‌ ଟଷ୍ଟ୍ରର ଚେୟାରପର୍ସନ ମଧ୍ୟ ଅଛନ୍ତି।

ବିଶ୍ବ ରେକର୍ଡ ଇଣ୍ଡିଆର ପ୍ରବନ୍ଧନ ଅହମ୍ମଦାବଦର ଏକ ଟ୍ରଷ୍ଟ ଜିନିୟସ୍‌ ଫାଉଣ୍ଡେସନ୍‌ ଦ୍ବାରା କରାଯାଏ। ୨୦୧୪ ମସିହାରୁ ବିଶ୍ବ ରେକର୍ଡ ଇଣ୍ଡିଆ ଭାରତୀୟ ରେକର୍ଡ ହୋଲ୍ଡରକାରୀଙ୍କୁ ସମ୍ମାନିତ କରିଆସୁଛି। ବିଶ୍ବ ରେକର୍ଡ ଇଣ୍ଡିଆ ୭ ବର୍ଷ ଧରି ୧୫,୦୦,୦୦୦ ରେକର୍ଡଧାରୀଙ୍କ ସହ ୨୫୦୦ରୁ ଉର୍ଦ୍ଧ ଭାରତୀୟ ବିଶ୍ବ ରେକର୍ଡ ପ୍ରମାଣିତ କରିଛନ୍ତି। ବିଶ୍ବ ରେକର୍ଡ ଇଣ୍ଡିଆ ପ୍ରତ୍ୟେକ ଆକାଂକ୍ଷାଧାରୀ ଲୋକଙ୍କୁ ସହାୟତା କରିଥାନ୍ତି ଯେଉଁମାନଙ୍କ ପାଖରେ ଭିନ୍ନ କିଛି କରିବାର ଅସାଧାରଣ ପ୍ରତିଭା ଏବଂ କ୍ଷମତା ରହିଛି। ପ୍ରତିଭାକାରୀଙ୍କ ଅଦ୍ବିତୀୟ କୌଶଳକୁ ରେକର୍ଡରେ ପରିବର୍ତ୍ତନ କରିବା ପାଇଁ ମାର୍ଗଦର୍ଶନ ଦିଆଯାଏ।

Comments are closed.