ଭାରତୀୟ ସେନା ମେଜର ନିର୍ମାଣ କଲେ ବିଶ୍ବର ପ୍ରଥମ ବୁଲେଟ ପ୍ରୁଫ୍ ହେଲମେଟ୍
![](https://www.odishalink.com/wp-content/uploads/2020/02/Buleet-Proof.jpg)
ଲକ୍ଷ୍ନୌ: ଭାରତୀୟ ସୀମାରେ ଲଢୁଥିବା ଭାରତୀୟ ସେନାଙ୍କ ସୁରକ୍ଷାକୁ ନେଇ ଅଧିକ ଚିନ୍ତା ପ୍ରକଟ କରାଯାଏ। ପୂର୍ବରୁ ସେନାଙ୍କ ସୁରକ୍ଷା ପାଇଁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ତିଆରି କରାଯାଇଥିଲା। ଆଉ ଏବେ ବୁଲେଟ ପ୍ରୁଫ୍ ହେଲମେଟ୍ ନିର୍ମାଣ କରାଯାଇଛି। ଏହା ହେଉଛି ବିଶ୍ୱର ପ୍ରଥମ ବୁଲେଟ୍ ପ୍ରୁଫ୍ ହେଲମେଟ୍। ସେନାଙ୍କ ସୁରକ୍ଷା ପାଇଁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ତିଆରି କରିଥିବା ଭାରତୀୟ ସେନା ମେଜର ଅନୁପ ମିଶ୍ର ଏହି ବୁଲେଟ୍ ପ୍ରୁଫ୍ ହେଲମେଟ୍ ନିର୍ମାଣ କରିଛନ୍ତି।
ଏହି ବୁଲେଟ୍ ପ୍ରୁଫ୍ ହେଲମେଟ ବ୍ୟବହାର କରିବା ଫଲରେ ୧୦ ମିଟର ଦୂରରୁ ଏକେ-୪୭ ରୁ ଗୁଳି ଏହି ହେଲମେଟକୁ ଭେଦ କରିପାରିବ ନାହିଁ ବୋଲି ଦାବି କରାଯାଉଛି। ‘ଅଭେଦ ପ୍ରୋଜେକ୍ଟ’ ଅଧିନରେ ସେ ଏହି ହେଲମେଟ୍ ନିର୍ମାଣ କରିଛନ୍ତି। ସ୍ବଦେଶୀ ସର୍ବତ୍ର ବୁଲେଟ ପ୍ରୁଫ୍ ଜ୍ୟାକେଟ୍ ନିର୍ମାଣ କରିଥିବାରୁ ତତ୍କାଳୀନ ସେନା ଅଧ୍ୟକ୍ଷ ଜନରଲ ବିପିନ ରାୱତ ମେଜର ଅନୁପ ମିଶ୍ରଙ୍କୁ ଆର୍ମି ଡିଜାଇନ୍ ବ୍ୟୁରୋ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ କରିଥିଲେ।
Comments are closed.