Odisha Link
Bridging the Missing Links in Odisha

ବିଶ୍ୱବାସୀଙ୍କୁ ଅନ୍ତୋଦୟର ବାର୍ତା ଦେଉଛି ଯୋରନ୍ଦା ପୀଠ : ସମୀର

ଭୁୁବନେଶ୍ୱର : ୧୪୭ ତମ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଆରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଯୋରନ୍ଦା ଗସ୍ତ କରି ମହିମା ଗୋସାଇଁଙ୍କ ଝାଡ ଦର୍ଶନ କରିଛନ୍ତି ।

ସନ୍ଥ ମହିମା ଅଲେଖଙ୍କ ଏହି ପୀଠ ସାରା ବିଶ୍ୱବାସୀଙ୍କୁ ଅନ୍ତୋଦୟର ବାର୍ତା ଦେଉଛି । ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ’ ନୀତି ଏବଂ ଆଦର୍ଶରେ ଚାଲିବାର ଆବଶ୍ୟକତା ରହିଛି ।

ଏହି ମେଳା ଶ୍ରଦ୍ଧାଳୁମାନଙ୍କ ମନରେ ଏକ ନୂଆ ଉତ୍ସାହ ଭରିଛି ଏବଂ ମତେ ସମାଜର ନିମ୍ନ ସ୍ତରରେ ଥିବା ଗରିବ ଲୋକଙ୍କ ପାଇଁ କାର୍ଯ୍ୟକରିବାର ପ୍ରେରଣା ଯୋଗାଇଛି ବୋଲି ମହାନ୍ତି କହିଛନ୍ତି ।

Comments are closed.