ଭୁବନେଶ୍ବର ମାର୍କେଟ ବିଲଡିଂ ଘଟଣା: ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ଭୁବନେଶ୍ବରର ମାର୍କେଟ ବିଲଡିଂରେ ଗଣ୍ଡଗୋଳ ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍। ଏନେଇ ପୁଲିସ୍ କମିସନର୍ ଡକ୍ଟର୍ ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ ଏଥିରେ ଉଲ୍ଲେଖ କରିଛନ୍ତି ଯେ ଆଜି ଯେଉଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ତାଙ୍କ ନାମ ଗୋପୀନାଥ ନାୟକ ଓରଫ ଗୋପୀ। ତାଙ୍କୁ ଗଜପତିରୁ ଗିରଫ କରାଯାଇଛି। ଏଯର୍ଯ୍ୟନ୍ତ ଏହି ଘଟଣାରେ ମୋଟ ୩୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୧୫ ଜଣ ନାବାଳକ ଥିବା ବେଳେ ଜଣେ ଡିଏସ୍ପିଙ୍କ ପୁଅ ମଧ୍ୟ ଅଛି। ପୂର୍ବରୁ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ଚିଣ୍ଟୁ ସହ ମିଶି ଗୋପୀ ପ୍ରଥମେ ଏହି ଗଣ୍ଡଗୋଳ ଆରମ୍ଭ କରିଥିଲା।
Capital PS has today apprehended Gopinath Nayak from Gajpati.Gopi had started the Market Building trouble & with Chintu masterminded it.With this total arrests reaches 32. Our response to any disruption to public order will always be robust & no nonsense.@dcpbbsr @anupkumarsahoo
— Dr Sudhanshu Sarangi (@SarangiSudhansu) February 8, 2020
ସୂଚନାଯୋଗ୍ୟ, ଗତମାସ ୧୦ ତାରିଖ ସଂଧ୍ୟାରେ ରାଜଧାନୀରେ କିଛି ଯୁବକ ମୁଖାପିନ୍ଧି ୟୁନିଟ-୨ ମାର୍କେଟ ବିଲଡିଂ କେଶରୀ ମଲ୍ ଆତଙ୍କ ସୃଷ୍ଟି କରିଥିଲେ। ଉଠା ଦୋକାନ ସବୁକୁ ଭାଙ୍ଗିବା ସହ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ, ଗ୍ରାହକମାନଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ପ୍ରାଣ ବିକଳରେ ଯିଏ ଯୁଆଡ଼େ ଦୌଡ଼ିଥିଲେ ଫଳରେ ସେଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।
Comments are closed.