ଉଦୟପୁର ଓ ତାଳସାରୀ ବେଳାଭୂମିରେ ୫-ଟି ସଚିବ

ଭୁବନେଶ୍ୱର: ଆଜି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଉଦୟପୁର ଓ ତାଳସାରୀ ବେଳାଭୂମି ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ଏହି ଅବସରରେ ସେ ବେଳାଭୂମିର ଉନ୍ନତିକରଣ ନିମନ୍ତେ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି।
ସୂଚନାଯୋଗ୍ୟ ଯେ, ୫-ଟି ସଚବିଭାବେ ଦାୟିତ୍ୱ ନେବା ପରେ ଭି.କେ ପାଣ୍ଡିଆନ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଗସ୍ତ କରୁଛନ୍ତି। ପ୍ରଥମ ପର୍ଯ୍ୟାୟ ଗସ୍ତ କାଳରେ ସେ ବିଶେଷ କରି ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱାରୋପ କରୁଥିଲେ। କିନ୍ତୁ ସମ୍ପ୍ରତି ସେ ରାଜ୍ୟର ପ୍ରମୁଖ ଧର୍ମପୀଠ ଓ ପର୍ଯ୍ୟଟନସ୍ଥଳୀର ବିକାଶ ଉପରେ ଫୋକସ କରୁଛନ୍ତି।
ପୁରୀ, କୋଣାର୍କ, ଭୁବନେଶ୍ୱର ପରେ ପରେ ରାଜ୍ୟର ଅନ୍ୟ ଯେଉଁସବୁ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ତାହା ଉପରେ ସେ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି। ପାଣ୍ଡିଆନଙ୍କ ଏଭଳି କାର୍ଯ୍ୟ ପାଇଁ ଭିତ୍ତି ଭୂମିର ବିକାଶ ଜୋର ଧରିବା ସହ ସାଧାରଣରେ ସରକାରଙ୍କ ପ୍ରତି ଆସ୍ଥା ବୃଦ୍ଧି କରିବାରେ ସହାୟକ ହୋଇପାରିଛି।
Comments are closed.