Odisha Link
Bridging the Missing Links in Odisha

ବସ ଟ୍ରାଜେଡି: ଚାରି ଇଂଜିନିୟର ସସ୍‌ପେଣ୍ଡ

ଭୁବନେଶ୍ୱର: ବ୍ରହ୍ମପୁରରେ ୧୧ କେଭି ତାର ଲାଗି ୧୦ ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଘଟଣାରେ ୪ ଜଣ ଇଂଜିନିୟରଙ୍କୁ ସସପେଣ୍ଡ କରାଯାଇଛି। ଦାୟିତ୍ୱରେ ଅବହେଳା ଓ ଖାମଖିଆଲି ମନୋଭାବ ପାଇଁ ସେମାନଙ୍କୁ ସସପେଣ୍ଡ କରାଯାଇଛି। ସେମାନେ ହେଲେ ଗଞ୍ଜାମ ଜିଲ୍ଲା ଇଲେକ୍ଟ୍ରିକାଲ ଡିଭିଜନ ଜେଇ, ସହକାରୀ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇ ଓ ସହକାରୀ ଯନ୍ତ୍ରୀଙ୍କୁ ସସପେଣ୍ଡ କରାଯାଇଛି।

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁରରେ ୧୧ କେଭି ବଦ୍ୟୁତ ତାର ଲାଗି ବସ ଯାତ୍ରୀ ମୃତାହାତ ଘଟଣାର କାରଣ ଖୋଜଳା ଆରମ୍ଭ ହୋଇଛି। ଏନେଇ ଆଜି ଲୋକସଭା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ। ଶକ୍ତି, ଗ୍ରାମ୍ୟ ଉନ୍ନୟନ ଓ ପରିବହନ ବିଭାଗ ସଚିବ ପ୍ରମୁଖ ବୈଠକରେ ଉପସ୍ଥିତ ଥଲେ। ପରିବହନ କମିଶନର, ଓପିଟିସିଏଲ ସିଏମଡି ମଧ୍ୟ ବୈଠକରେ ସାମିଲ ହୋଇଥିଲେ। କେଉଁ ପରିସ୍ଥିତିରେ ଏବଂ କାହିଁକି ଦୁର୍ଘଟଣା ଘଟିଲା ସେନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।

Comments are closed.