କରୋନା ଆତଙ୍କ: ୯୦୮ ମୃତ

ବେଜିଂ: ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି କରୋନା। ଚୀନ୍ରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୦୮ରେ ପହଞ୍ଚିଥିବା ବେଳେ ୪୦ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏଥିରେ ସଂକ୍ରମିତ ହୋଇଥିବା ନେଇ ଚୀନ୍ର ସ୍ୱାସ୍ଥ୍ୟ କମିଶନ ସ୍ପଷ୍ଟ କରିଛନ୍ତି। ରବିବାର ଦିନ ମୃତ୍ୟୁ ସଂଖ୍ୟା ୮୦୫ ଥିବା ବେଳେ ସୋମବାର ଏହା ୯୦୮ ଛୁଇଁଛି ।
ଚୀନ୍ର ଜାତୀୟ ସ୍ୱାସ୍ଥ୍ୟ କମିସନ୍ କହିଛନ୍ତି: ରବିବାର ଦିନ ୯୭ ଜଣଙ୍କର ମୃତ୍ୟୁ ଘଟିବା ସହ ୩୦୬୨ଟି ନୂଆ ସଂକ୍ରମଣ କେସ୍ ରେକର୍ଡ କରାଯାଇଛି। ମୃତ ରୋଗୀମାନଙ୍କ ମଧ୍ୟରୁ ୯୧ ଜଣ ହୁବେଇ ପ୍ରଦେଶର। କରୋନାରେ ଚୀନ୍ର ୩୧ଟି ପ୍ରାଦେଶିକସ୍ତରୀୟ ଅଞ୍ଚଳରେ ଏ ପର୍ଯ୍ୟନ୍ତ ସମୁଦାୟ ୯୦୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪୦, ୧୭୧ଜଣ ଆକ୍ରାନ୍ତ ଅଛନ୍ତି।
ଏ ପର୍ଯ୍ୟନ୍ତ ଏହି ଭାଇରସର ପ୍ରତ୍ୟକ୍ଷ ସଂକ୍ରମଣ ଏବଂ ସଂପର୍କ ସଂକ୍ରମଣ ହେଉଥିବା ବେଳେ ଏବେ ଏହା ପବନ ଦ୍ବାରା ବି ବ୍ୟାପିବାକୁ ଆରମ୍ଭ କରିଥିବା ନେଇ ସାଂଘାଇର ଜଣେ ପରିଷ୍ଠ ଅଧିକାରୀ କହିଛନ୍ତି। ଚୀନରେ ଏବେ ଲୋକଙ୍କୁ ଘରୁ ବାହାରିବାକୁ ପୂରା ମନା କରାଯାଇଛି। କରୋନା ଭାଇରସ ଏବେ ପବନରେ ବି ତା’ର ଉପସ୍ଥିତି ଜାହିର କରିଛି ଏବଂ ସୂକ୍ଷ୍ମ କଣରେ ଏହା ମିଶି ଲୋକଙ୍କ ଶରୀରରେ ପ୍ରବେଶ କରୁଛି। ମେଡିକାଲ ବିଶେଷଜ୍ଞଙ୍କ କହିବା ମୁତାବକ ଏହାଦ୍ବାରା ଶ୍ବାସ ପ୍ରଶ୍ବାସ ଯୋଗୁଁ ମଧ୍ୟ ସଂକ୍ରମଣ ହେଉଛି।
Comments are closed.