Odisha Link
Bridging the Missing Links in Odisha

୪ ଡକାୟତ ଗିରଫ , ବନ୍ଧୁକ ଜବତ

ସୋର: ସୋର ମହୋତ୍ସବ ପଡିଆରୁ ୪ ଡକାୟତ ଗିରଫ ହୋଇଛନ୍ତି। ଗତକାଲି ବିଳମ୍ବିର ରାତିରେ ସୋର ପୋଲିସ ସେମାନଙ୍କୁ ଗିରଫ କରିଛି। ଡକାୟତମାନେ ଡକାୟତି ପାଇଁ ଯୋଜନା କରୁଥିବାବେଳେ ଗିରଫ କରିଛି ପୋଲିସ।

ଡକାୟତି ଯୋଜନା ହେଲା ପଣ୍ଡ। ୪ ଡକାୟତଙ୍କୁ ଗିରଫ କଲା ପୋଲିସ। ପୂର୍ବରୁ ୫ଟି ମାମଲାରେ ଏମାନଙ୍କର ସଂପୃକ୍ତି ରହିଛି। ଗିରଫ ଡକାୟତଙ୍କଠାରୁ ବନ୍ଧୁକ, ଭୁଜାଲି, ୫ଟି ମୋବାଇଲ ଜବତ କରିଛି ପୋଲିସ। ଡକାୟତମାନେ ନୀଳଗିରି, ସିମୁଳିଆ ଓ ସୋର ଥାନାର ବିଭିନ୍ନ ସ୍ଥାନରେ ୫ଟି ଡକାୟତିରେ ସଂପୃକ୍ତ ଥିଲେ।

ଗିରଫ ଡକାୟତମାନେ ହେଲେ ସାପ ଓରଫ ସରୋଜ କୁମାର ମଲ୍ଲିକ, ସୁଶାନ୍ତ ମଲ୍ଲିକ, ସୁଟର ରାଜେଶ ପାଢୀ ଏବଂ ରାଜେଶ ଦାସ। ଅନ୍ନପୂର୍ଣ୍ଣା ଫାଇନାନ୍ସ କର୍ମଚାରୀ, ଛଚିନ୍ଦା, ଭାରତ ଫାଇନାନ୍ସ କର୍ମଚାରୀଙ୍କୁ ଛଅପୋଲିଆଠାରେ ବନ୍ଧୁକ ଓ ଭୁଜାଲି ଦେଖାଇ ଡକାୟତି ଅଭିଯୋଗରେ ଗିରଫ ହୋଇଛନ୍ତି। ଗତ ନଭେମ୍ବର ମାସ ୨୭ତାରିଖ ଦାଣ୍ଡହରିପୁରରେ ଛିନତାଇ ବେଳେ ଗୁଳିକାଣ୍ଡ ଘଟଣାରେ ମଧ୍ୟ ସେମାନଙ୍କର ସଂପୃକ୍ତି ରହିଥିବା ପୋଲିସ ସୂଚନା ଦେଇଛି।

Comments are closed.