ଯୌତୁକ ପାଇଁ ନବବଧୂକୁ ହତ୍ୟା

ଉଦଳା: ଯୌତୁକ ପାଇଁ ନବବଧୂକୁ ହତ୍ୟା କରିଛନ୍ତି ଶଶ୍ବୁଘର ଲୋକ। ପୁଣିଥରେ ଯୌତୁକ ନିର୍ଯାତନାରେ ପଳି ବହିଲା ଆଉ ଜଣେ ନବବଧୂ। ଏମଳି ଏକ ଅଭାବନରୟ ଘଟଣା ଘଟିଛି କପ୍ତିପଦା ଥାନା ଉପରଖୁଂଟା ଗ୍ରାମରେ। ସୂଚନା ଅନୁଯାୟୀ, ଉପରଖୁଂଟା ଗ୍ରାମର ରବି ଖିଲାର ଭଦ୍ରକ ଜିଲ୍ଲା ରାଣୀତାଲ ଅଞ୍ଚଳର ଜଣେ ୧୫ ବର୍ଷର ନାବାଳିକାଙ୍କୁ ମାସେ ପୂର୍ବରୁ ପ୍ରେମ ବିବାହ କରିଥିଲେ। ପରେ ବାପ ଘରୁ ଲକ୍ଷେ ଟଙ୍କା ଆଣିବା ପାଇଁ ସ୍ୱାମୀ ସହ ଶାଶୁ ଘର ଲୋକେ ବି ଆରମ୍ଭ କରିଦେଲେ ନିର୍ଯାତନା। ଶେଷରେ ନିର୍ଯାତନା ସହି ନ ପାରି ଆଖି ବୁଜିଲେ ନବବଧୂ। ଝିଅର ମୃତ୍ୟୁ ଘଟିଥିବା ଖବର ପାଇ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ବାପଘର ଲୋକ କହିବା ସହ ଝିଅର ଶରୀରର ମୁଣ୍ଡ ଏବଂ ଛାତିରେ ଗଭୀର କ୍ଷତ ଚିହ୍ନ ଥିବା ଅଭିଯୋଗ ଆଣିଛନ୍ତି।
ନାବାଳିକାଜଣକ ଗତ ମାସ ୧୦ ତାରିଖରେ ଟ୍ୟୁସନ ଯାଉଥିବା କହି ରବି ସହ ପଳାଇ ଯାଇଥିବା ବାପ ଘର ଲୋକେ ପୁଲିସ୍ ସମ୍ମୁଖରେ କହିଛନ୍ତି। ବିବାହର ୧୫ ଦିନ ପରେ ନାବାଳିକାର ପରିବାର ଲୋକଙ୍କୁ ରବି ଖିଲାର ଏକ ଲକ୍ଷ ଟଙ୍କା ମାଗିଥିବା ନାବାଳିକାର ଭାଇ କହିଛନ୍ତି। ଟଙ୍କା ନ ଦେଇପାରିବାରୁ ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଥିବା ନେଇ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ୍ ରବିକୁ ଥାନାରେ ଅଟକ ରଖିଛନ୍ତି ଏବଂ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ ଜାରି ରଖିଛି।
Comments are closed.