Odisha Link
Bridging the Missing Links in Odisha

ଗାର୍ଗି କଲେଜରେ ଅସଦାଚରଣ ମାମଲାରେ ଛାତ୍ରୀଙ୍କ ପ୍ରତିବାଦ

ନୂଆଦିଲ୍ଲୀ: ଦିଲ୍ଲୀ ଗାର୍ଗୀ କଲେଜରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବରେ ଦୁର୍ବୃତ୍ତମାନେ ପ୍ରବେଶ କରି ଛାତ୍ରୀମାନଙ୍କୁ ଅସଦାଚରଣ କରିବା ମାମଲା ତୀବ୍ର ହେବାରେ ଲାଗିଛି। ଆଜି କଲେଜର ଗେଟ୍‌ ବାହାରେ ଶହ ଶହ ଛାତ୍ରୀ ପ୍ରତିବାଦ କରିବା ସହ ନିଜର ସୁରକ୍ଷା ଦାବି କରିଛନ୍ତି। ଏନେଇ କଲେଜ କର୍ତ୍ତୃପକ୍ଷ ଚୁପ୍ ଥିବା ବେଳେ ପୁଲିସ୍‌ ନିଜ ଆଡ଼ୁ ମାମଲା ରୁଜୁ କରି ଘଟଣାର ସିସିଟିଭି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି।

ଗତକାଲି ସନ୍ଧ୍ୟା ସମୟରେ କଲେଜ କ୍ୟାମ୍ପସରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ରାପିଡ ଆକ୍ସନ ଟିମ ଓ ଦିଲ୍ଲୀ ପୁଲିସ୍‌ର କର୍ମକର୍ତ୍ତା ଉପସ୍ଥିତ ଥିଲେ। ତଥାପି ୫୦ରୁ ଅଧିକ ଦୁର୍ବୃତ୍ତ କଲେଜ କ୍ୟାମ୍ପସରେ ପ୍ରବେଶ କରି ମହିଳାଙ୍କୁ ଅସଦାଚରଣ କରିଥିଲେ।ପୁଲିସ୍‌ ସେଠାରେ ଉପସ୍ଥିତ ଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ ହୋଇଛି।

ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟୁଇଟ୍ କରି ଲେଖିଛନ୍ତି, ଗାର୍ଗୀ କଲେଜରେ ଛାତ୍ରୀଙ୍କ ସହ ଅସଦାଚରଣ ଦୁଃଖର ବିଷୟ ଏବଂ ନିରାଶଜନକ। ଏହାକୁ କଦାପି ଗ୍ରହଣ କରାଯିବନାହିଁ। ଅଭିଯୁକ୍ତମାନଙ୍କୁ ଧରାଯାଇ କଠୋରରୁ ଅତି କଠୋର ଦଣ୍ଡ ମିଳିବା ଉଚିତ୍। ଏହା ସୁନିଶ୍ଚିତ ଯେ ଆମ କଲେଜରେ ପଡୁଥିବା ଛାତ୍ରୀମାନେ ସୁରକ୍ଷିତ। ଆଜି ଦିଲ୍ଲୀ ମହିଳା କମିଶନର ସ୍ୱାତୀ ମାଲିୱାଲ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି। ଡେପୁଟି କମିଶନର ଅଫ ପୁଲିସ(ଦକ୍ଷିଣ) ଅତୁଲ ଠାକୁର କହିଛନ୍ତି, “ଘଟଣାରେ ସାମିଲ ଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.