Odisha Link
Bridging the Missing Links in Odisha

ଛାତ୍ରୀ ଟାର୍ଗେଟରେ ନଥିଲେ!

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଛାତ୍ରୀଙ୍କୁ ଗୁଳି ମାଡ ଘଟଣାରେ କମିଶନରେଟ ପୋଲିସ ଟ୍ବିଟ୍‌ କରିଛି। ପୋଲିସ ଟ୍ବିଟ ଯୋଗେ ସୂଚନା ଦେଇଛି ଯେ, ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଛାତ୍ରୀ ଜଣକ ଟାର୍ଗେଟରେ ନଥିଲେ। ଆହତ ଛାତ୍ରୀଙ୍କ ଚିକିତ୍ସା ଚାଲିଛି ଏବଂ ସେ ବିପଦ ମୁକ୍ତ ଅଛନ୍ତି। ଗୁଳିକାଣ୍ଡର ଉଦ୍ଦେଶ୍ୟ ଜଣାପଡ଼ିଛି। ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି। ସୂଚନା ଅନୁସାରେ ତଦନ୍ତ ଚାଲିଛି। ଆଗକୁ ରହସ୍ୟରୁ ପରଦା ହଟିବ ।

 

ପ୍ରକାଶ ଯେ, ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କୁ ଗୁଳି ମାଡ଼ ହୋଇଥିବା ଜଣାଯାଇଛି। ଇନଫୋସିଟି ଥାନା ଅଞ୍ଚଳରେ ଏଭଳି କାଣ୍ଡ ଘଟିଛି। ୨ ଜଣ ଦୁର୍ବୃତ୍ତ ସମ୍ପୃକ୍ତ ଯୁବତୀଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଥିବା ଜଣାଯାଇଛି। ଯୁବତୀଙ୍କ ଜଙ୍ଘରେ ଗୁଳି ବାଜିଥିବାବେଳେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯୁବତୀଙ୍କ ଜଣକ ଭୁବନେଶ୍ୱରରେ ଏକ ଫ୍ୟାସନ ଡିଜାଇନିଂ ପଢୁଥିବା ସୂଚନା ମିଳିଛି। ତେବେ ଗୁଳିକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡ଼ିନଥିବାବେଳେ ପୁଲିସ ଘଟଣାର ଛାନଭିନ କରୁଛି।

Comments are closed.