Odisha Link
Bridging the Missing Links in Odisha

ଊଇ ନିରାକରଣ ପାଇଁ ଧ୍ୟାନ ଦେଉନି ବନବିଭାଗ

ଭୁବନେଶ୍ୱର : ରାସ୍ତାପାଶ୍ୱ ର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରତିବର୍ଷ ସହରରେ ଲଗାଯାଉଛି ଗଛ । ବନୀକରଣ ବେଳର ଫଟୋ ଖବର କାଗଜରେ ବାହାରି ଯିବା ପରେ ବନ ବିଭାଗ ନିଜ ଦାୟିତ୍ୱ ସରିଗଲା ବୋଲି ମନେ କରୁଛି ।

ଗଛ ଲଗାଇ ତାରବାଡ଼ ଓ ଫଳକ ଲଗାଇଦେଲେ ଯେ ଗଛଗୁଡ଼ିକ ଆପେ ଆପେ ବଢିଯିବ ଏ ବିଶ୍ୱାସକୁ ନେଇ ବନ ବିଭାଗ ଚୁପ୍ ରହୁଥିବା ବେଳେ ବାସ୍ତବ ଚିତ୍ର ଓଲଟା ଦେଖିବାକୁ ମିଳୁଛି । ରାଜଧାନୀର ରାସ୍ତା କଡ଼ରେ ଲଗାଯାଇଥିବା ଗଛଗୁଡ଼ିକର ସଠିକ୍ ରକ୍ଷଣାବେକ୍ଷଣ ଓ ତଦାରଖ କରାନଯିବାରୁ ସେଗୁଡ଼ିକ ଏବେ ଊଇ ଗର୍ଭରେ ଲୀନ ହେବାରେ ଲାଗିଛି ।

ଏହାର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ନୂଆ ଏୟାରପୋର୍ଟ ଟ୍ରାଫିକ୍ ଛକରୁ ଏଜି ଛକ, ହାଉସିଂ ବୋର୍ଡ଼ ଛକରୁ ରାମ ମନ୍ଦିର, ପୋଖରୀପୁଟ ଅଳରେ ଲାଗିଥିବା ଗଛଗୁଡ଼ିକ କ୍ଷେତ୍ରରେ । ଏହି ରାସ୍ତାର ଉଭୟ ପାଶ୍ୱର୍ରେ ନିମ୍ବ, କରଞ୍ଜ, କାଠବାଦାମ, ଆଚୁ, ହାତୀକାନ, କାନ, ଛତିଆନା, ପେସ୍ତାବାଦାମ, ଚମ୍ପା ଭଳି ବହୁ ମୂଲ୍ୟବାନ ଔଷଧିୟ ବୃକ୍ଷଲତା ଲଗାଯାଇଥିଲା ।

୧୦-୧୫ବର୍ଷ ତଳୁ ରୋପିତ ଏହି ଗଛଗୁଡ଼ିକ ମଧ୍ୟରୁ ଫନି ବାତ୍ୟାରେ ଅନେକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏବେ ବାତ୍ୟା ମୁହଁରୁ ତିଷ୍ଠି ଯାଇଥିବା ଗଛଗୁଡ଼ିକୁ ଊଇ ଗ୍ରାସ କରିବାରେ ଲାଗିଛି । ଉପଯୁକ୍ତ ରକ୍ଷଣାବେକ୍ଷଣ, ଯତ୍ନ ଓ ତଦାରଖ ଅଭାବରୁ ଗଛଗୁଡ଼ିକୁ ଊଇ ଚରି ସାରିଲେଣି ।

ନାଁକୁ ମାତ୍ର ଗଛଟି ଠିଆହୋଇଛି କିନ୍ତୁ ତାର ଗଣ୍ଡି ଫମ୍ପା ହୋଇସାରିଛି । କୋଟି କୋଟି ଟଙ୍କା ବ୍ୟୟ କରି ପରିବେଶକୁ ସବୁଜିମାମୟର ନାରା ଦେଉଥିବା ବନ ବିଭାଗ ସାମାନ୍ୟ ଊଇ ନିୟବଣରେ ବିଫଳ ହୋଇଛି ।

ଗଛଗୁଡ଼ିକୁ ତୁରନ୍ତ ଊଇ କବଳରୁ ରକ୍ଷା କରାନଗଲେ ଏୟାରପୋର୍ଟ ଛକରୁ ଏଜି ଛକ ରାସ୍ତା ଓ ଅନ୍ୟାନ୍ୟ ଅଳରେ ରହିଥିବା ଗଛ ବୃକ୍ଷଶୂନ୍ୟ ହୋଇପଡ଼ିବ । ତୁରନ୍ତ ପଦକ୍ଷେପ ନେବା ପାଇଁ ପରିବେଶବିତ୍ ତଥା ସାମାଜିକ କର୍ମୀ ସୁଶାନ୍ତ ସାହୁ ଏକ ପ୍ରେସ୍ ବିବୃିରେ ସିଟି ଫରେଷ୍ଟ ଡ଼ିଭିଜନର ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Comments are closed.