ଏଏସଆଇ ସହ ଆଲୋଚନା ହେବ: ସଂସ୍କୃତି ସଚିବ

ଭୁବନେଶ୍ବର: କୋଣାର୍କ ମନ୍ଦିରରେ ସାଧା ପଥର ଲାଗିବା ନେଇ ସଂସ୍କୃତି ସଚିବ ନିଜର ପ୍ରତିକ୍ରିୟା ରଖିଛନ୍ତି। ପୂର୍ବରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ସଚିବ ଓ ଏଏସଆଇ ସହ ବୈଠକ ବସିଥିଲା। ସୂର୍ଯ୍ୟ ମନ୍ଦିର କୋଣାର୍କ ପ୍ରତି କୌଣସି ବିପଦ ନଥିବା ସେତେବେଳେ ଏଏସଆଇ ସ୍ପଷ୍ଟ କରିଥିଲା। ଯେଉଁ ସାଧା ପଥର ଲାଗିଛି ତାହା ବହୁ ପୁରୁଣା ବୋଲି ଏଏସଆଇ କହିଛି। ନେସନାଲ କନଜରଭେସନ ପଲିସି ଅନୁସାରେ ଏହା ଲଗାଯାଇଥିଲା। ଯେଉଁ ସ୍ଥାନରୁ ପଥର ଖସିଥିଲା ସେହି ସ୍ଥାନରେ ସପୋର୍ଟ ପାଇଁ ଲାଗିଥିଲା। ଏ ସଂପର୍କରେ ଏଏସଆଇ ସହ ଆଲୋଚନା କରାଯିବ କହିଲେ ସଂସ୍କୃତି ସଚିବ।
Comments are closed.