Odisha Link
Bridging the Missing Links in Odisha

୩ ଦିନିଆ ବିମ୍‌ଷ୍ଟେକ୍ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭାରତ ସରକାରଙ୍କ ତରଫରୁ ଜାତୀୟ ବିପର୍ଯ୍ୟୟ ପ୍ରତିରୋଧ ବଳ (ଏନ୍‌ଡିଆର୍‌ଏଫ୍‌) ଦ୍ୱିତୀୟ ବିମ୍‌ଷ୍ଟେକ୍‌ ବିପର୍ଯ୍ୟ ପରିଚାଳନା ଅଭ୍ୟାସ-୨୦୨୦ ଆୟୋଜନ କରୁଛି । ଆଜି ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର/ ପୁରୀଠାରେ ହେବାକୁ ଥିବା ଏହି ଅଭ୍ୟାସର ବିଷୟ ରହିଛି ‘ଭୂମିକମ୍ପ ଓ ବନ୍ୟା ତଥା ବାତ୍ୟା ଦ୍ୱାରା ଭୀଷଣ କ୍ଷତିଗ୍ରସ୍ତ ହେଉଥିବା ଐତିହ୍ୟ ସ୍ଥଳୀର ସୁରକ୍ଷା ।

ଆଜି ବିମ୍‌ଷ୍ଟେକ୍‌ ସଭ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ପ୍ରଥମ କରି ହେଉଥିବା ଏହି ଅଭ୍ୟାସ ବିଷୟରେ ଭୁବନେଶ୍ୱର ରାଜୀବ ଭବନଠାରେ ଥିବା ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟଠାରେ ଏକ ପୂର୍ବ ପ୍ରସ୍ତୁତି ପ୍ରେସ୍‌ ମିଟ୍‌ ଅନୁଷ୍ଠିତ ହୋଇଥିଲା । ଏହି ପ୍ରେସ୍‌ ମିଟ୍‌ରେ ଏନ୍‌ଡିଆର୍‌ଏଫ୍‌ ଓ ଓଏସ୍‌ଡିଏମ୍‌ଏ ମିଳିତ ଭାବେ ଅଭ୍ୟାସରେ ହେବାକୁ ଥିବା ଘଟଣାମାନ, ଅଭ୍ୟାସର ପ୍ରଣାଳୀ, ଦଳୀୟ ଅଂଶୀଦାରିତା ଏବଂ ସ୍ଥଳୀ ସମ୍ବନ୍ଧୀୟ ବିସ୍ତୃତ ବର୍ଣ୍ଣନା କରିଥିଲେ ।

ଡାଇରେକଫର ଜେନେରାଲ୍‌, ଏନ୍‌ଡିଆର୍‌ଏଫ୍‌ ସତ୍ୟନାରାୟଣ ପ୍ରଧାନ, ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ମିଳିତ ଭାବେ ଏହି ଅନ୍ତର୍ଜାତୀୟ ଅଭ୍ୟାସ ବାବଦରେ ପ୍ରେସ୍‌କୁ ସୂଚାଇଥିଲେ । ପ୍ରେସ୍‌କୁ ସମ୍ବୋଧନ କରି ଡି.ଜି. ଏନ୍‌ଡିଆର୍‌ଏଫ୍‌ କହିଥିଲେ ଯେ ଏହି ୩ ଦିନ ବ୍ୟାପୀ ହେବାକୁ ଥିବା ବିମ୍‌ଷ୍ଟେକ୍‌ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ୨୦୨୦କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ହୋଟେଲ୍‌ ମେ ଫେୟାର, ଭୁବନେଶ୍ୱରଠାରେ ଫେବୃଆରୀ ୧୧ ତାରିଖରେ ଉଦ୍‌ଘାଟନ କରିବାକୁ ଥିଲାବେଳେ ମାନ୍ୟବର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କ୍ଷେତ୍ରୀୟ ତାଲିମ ଅଭ୍ୟାସ ଶିବିରକୁ ଫେବୃଆରୀ ୧୨ ତାରିଖରେ କୋଣାର୍କ, ରାମଚଣ୍ଡୀଠାରେ ଉଦ୍‌ଘାଟନ କରିବେ । ସଭ୍ୟ ରାଷ୍ଟ୍ର ବାଂଲାଦେଶ, ଭାରତ, ମିଆଁମାର, ଶ୍ରୀଲଙ୍କା ଓ ନେପାଳ ଏ ଅଭ୍ୟାସରେ ଭାଗ ନେଉଥିବାବେଳେ ଭୁଟାନ୍‌ ଓ ଥାଇଲାଣ୍ଡ ଏଥିରୁ ବିରତ ରହିଛନ୍ତି ।

ଏହି ୩ଦିନ ବ୍ୟା ପୀ ହେବାକୁ ଥିବା ଅଭ୍ୟାସ ଅନ୍ତର୍ଗତ ଘଟଣାବଳୀର କ୍ରମ ହେଉଛି ଭୁବନେଶ୍ୱର ମେ ଫେୟାର ହୋଟେଲ୍‌ରେ ୧୧ ଫେବୃଆରୀ ୨୦୨୦ରେ ଉଦ୍‌ଘାଟନ ସଭା, ତତ୍‌ ପରେ କ୍ଷତିଗ୍ରସ୍ତ ଅଟ୍ଟାଳିକା ଉ ପରେ ଟେବୁଲ୍‌ ଟପ୍‌ ଅଭ୍ୟାସ, ପୁରୀ ଜିଲ୍ଲା କୋଣାର୍କ ସ୍ଥିତ ରାମଚଣ୍ଡୀ ତଟରେ ଫେବୃଆରୀ ୧୨ ତାରିଖରେ ଜଳଜ ବିପର୍ଯ୍ୟୟ ପ୍ରତିକି୍ରୟା ଦ୍ୱାରା ଐତିହ୍ୟସ୍ଥଳୀର ସୁରକ୍ଷା ଉପରେ କ୍ଷେତ୍ର ତାଲିମ ଅଭ୍ୟାସ ତଥା ଫେବୃଆରୀ ୧୩ରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ଅନୁଶୀଳନ, ସଭ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ନୀତି ନିର୍ଦ୍ଧାରଣ ଆଲୋଚନା ଆଦି ସାମିଲ ହେବ ।

ଏହି ଅଭ୍ୟାସର ଉଦ୍ଦେଶ୍ୟ ହେଉଛି ଯେ ବନ୍ୟା ଓ ଭୁକମ୍ପ ହେବା ସମୟରେ ଅଧିସୂଚନା ଜାରି କରିବା, ପ୍ରସ୍ତୁତି ହେବା ଓ ଅପାତକାଳୀନ ପ୍ରତିକ୍ରିୟା ପ୍ରକାଶ କରିବା । ଏହି ଅଭ୍ୟାସ ମଧ୍ୟ ବନ୍ୟା, ବାତ୍ୟା ଓ ଭୂକମ୍ପ ସମୟରେ ବିଭିନ୍ନ ସଂସ୍ଥାମାନଙ୍କ ମଧ୍ୟରେ ସମନ୍ୱୟ ଓ ସହଯୋଗ ବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିବ ।

ପୁନଶ୍ଚ ବିପର୍ଯ୍ୟୟ ସମୟରେ ଏହି ଅଭ୍ୟାସଫଳରେ ଜାତୀୟ, ଆନ୍ତର୍ଜାତୀୟ, ପ୍ରାଦେଶିକ, ଜିଲ୍ଲା ଓ ସ୍ଥାନୀୟ ସଂସ୍ଥାମାନଙ୍କୁ ସାମିଲ କରି ସମନ୍ୱୟ ରକ୍ଷା କରିବା ଦିଗରେ ପ୍ରୟାସ ଜାରି ରଖିବ । ଏହି ଉଦ୍ଦେଶ୍ୟରେ ପୁରୀ ରାମଚଣ୍ଡୀଠାରେ ଏକ ଅଭ୍ୟାସ ଗ୍ରାମ ସ୍ଥା ପନ କରାଯାଇଛି ଯେଉଁଠାରେ ଐତିହ୍ୟ କ୍ଷୟକ୍ଷତି ସ୍ଥଳକୁ ବିଶେଷ ଧ୍ୟାନ ଦେବା ସହିତ ସେଠାରେ କି ପରି ଜଳୀୟ, ବିପର୍ଯ୍ୟୟର ମୁକାବିଲା କରିହେବ ତାହାର ମଧ୍ୟ ଅଭ୍ୟାସ କରାଯିବ ।

ଏହି ଅଭ୍ୟାସ, ବିପର୍ଯ୍ୟୟ ସମୟର ଏକ ବାସ୍ତବିକ ରୂ ପରେଖ ପ୍ରଦାନ କରିବ, ଯାହା ଦ୍ୱାରା ସଠିକ୍‌ ବିପର୍ଯ୍ୟୟ ସମୟରେ ସଦସ୍ୟ ରାଷ୍ଟ୍ରମାନଙ୍କୁ ନେଇ ବିପର୍ଯ୍ୟୟ ମୁକାବିଲା କରିବାକୁ ଏକ ସୁନ୍ଦର ଯୋଜନା ପ୍ରସ୍ତୁତ କରିହେବ ।

ପୂର୍ବରୁ ନଭେମ୍ବେର ୨୦୧୯ ମସିହାରେ ପୁରୀଠାରେ ଏକ ପ୍ରଥମ ଦଫା ପ୍ରସ୍ତୁତି ବୈଠକ କରାଯାଇ ମୁଖ୍ୟ ଅଭ୍ୟାସ ସମୟରେ କ୍ଷେତ୍ର ପ୍ରଶିକ୍ଷଣ ନିମନ୍ତେ କ୍ଷେତ୍ର ପରିଦର୍ଶନ କରି ସ୍ଥାନ ନିରୂପଣ କରାଯାଇଥିଲା ।

ଏହି ଅଭ୍ୟାସ ସମୟରେ ସଂଯୁକ୍ତ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡି ପି), ଅନ୍ତର୍ଜାତୀୟ ଖୋଜିବା ଓ ଉଦ୍ଧାରକାରୀ ସମୂହ(ଇନ୍‌ସରାଗ). ସାଂସ୍କୃତିକ ସଂପତ୍ତିର ସଂରକ୍ଷଣ ଏବଂ ଅଧ୍ୟୟନ ପାଇଁ ଅନ୍ତର୍ଜାତୀୟ କେନ୍ଦ୍ର (ଆଇସିସିଆର୍‌ଓଏମ୍‌), ପର୍ଯ୍ୟବେକ୍ଷକ ଓ ଜାତୀୟ ସ୍ତରୀୟ ପର୍ଯ୍ୟବେକ୍ଷକ, ଯେପରିକି ଭାରତୀୟ ରାଷ୍ଟ୍ରୀୟ କଳା, ସଂସ୍କୃତି ଏବଂ ସ୍ଥା ପତ୍ୟ ଟ୍ରଷ୍ଟ (ଇନ୍‌ଟାଚ୍‌), ଭାରତୀୟ ପ୍ରନିତାତ୍ତ୍ୱିକ ବିଭାଗ (ଏଏସ୍‌ଆଇ) ବିଭିନ୍ନ ସଂସ୍ଥାର ପ୍ରତିନିଧି ଭାରତୀୟ ପାଣି ପାଗ ବିଭାଗ (ଆଇଏନ୍‌ଡି) ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ମୌସୁମୀ ପୂର୍ବାନୁମାନ ନିମନ୍ତେ ମଧ୍ୟମ ଶ୍ରେଣୀ ରାଷ୍ଟ୍ରୀୟ କେନ୍ଦ୍ର (ଏନ୍‌ସିଏମ୍‌ଆର୍‌ଡବ୍ଲୁ୍ୟଏଫ୍‌), ମହାସାଗର ସୂଚନା ସେବା ଭାରତୀୟ ରାଷ୍ଟ୍ରୀୟ କେନ୍ଦ୍ର (ଆଇଏନ୍‌ସିଓଆଇଏସ୍‌), କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି), ପଶୁସଂଗରୋଧ ଓ ପ୍ରମାଣନ ସେବା , ନାଗରିକ ସୁରକ୍ଷା, ଅଗ୍ନିସେବା ସଂସ୍ଥା, ବିମ୍‌ଷ୍ଟେକ୍‌ ସଚିବାଳୟ ପ୍ରତିନିଧିମାନେ ଯୋଗଦେବେ ।

ପୂର୍ବରୁ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେ ପରି ମୁକାବିଲା କରାଯିବାର ଅନୁଭବ ଏବଂ ସଫଳତାକୁ ଦୃଷ୍ଟିରେ ରଖି ଏହି ଅଭ୍ୟାସ ପାଇଁ ଓଡ଼ିଶାକୁ ବଛାଯାଇଛି ଏବଂ ଓଡ଼ିଶାରେ ମଧ୍ୟ ବହୁ ଐତିହ୍ୟ ସ୍ଥଳ ରହିଛି ।

୨୦୧୯-୨୦ ବର୍ଷ ପାଇଁ ଭାରତ ସରକାର ଦ୍ୱିତୀୟ ବିମ୍‌ଷ୍ଟେକ୍‌ ଢାଞ୍ଚା ଅନୁଯାୟୀ ଆଞ୍ଚଳିକ ସହଯୋଗ ବଢ଼ାଇବା ନିମନ୍ତେ ଭାରତରେ ଏହି ଅଭ୍ୟାସ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ।
ଆଞ୍ଚଳିକ ସହଯୋଗ ବଢ଼ାଇବା ଏବଂ ଆପତକାଳୀନ ବିପର୍ଯ୍ୟୟକୁ ପ୍ରସମନ କରିବା ଓ ମୁକାବିଲା ନିମନ୍ତେ ନିକଟ ବର୍ଷମାନଙ୍କରେ ଭାରତ ସରକାର ଯେଉଁ ପ୍ରୟାସ ଜାରି ରଖିଛନ୍ତି ତାହା ମଧ୍ୟରୁ ବିମ୍‌ଷ୍ଟେକ୍‌ ଅନ୍ୟତମ ।

ଏସିଆ ମହାଦେଶ ଅନ୍ତର୍ଗତ ବିଭିନ୍ନ ପଡୋଶୀ ଦେଶମାନଙ୍କ ମଧ୍ୟରେ ସମନ୍ୱୟ ତଥା ସହଯୋଗ ବୃଦ୍ଧି ପାଇଁ ଭାରତରେ ଆମେ ସାଦମେକ୍‌-୨୦୧୫, ବିମ୍‌ଷ୍ଟେକ୍‌
ଡିଏମ୍‌ଏକ୍ସ-୨୦୧୭, ଏସ୍‌ସିଓ ୨୦୧୯ ଆୟୋଜିତ କରିଛୁ ।

Comments are closed.