ଶିକ୍ଷକଙ୍କୁ ହତ୍ୟାକଲେ ଦୁର୍ବୃତ୍ତ

ମୟୁରଭଞ୍ଜ: ମୟୁଭଞ୍ଜ ଜିଲ୍ଲା ଥାନା ଅନ୍ତର୍ଗତ ଜାମୁପାଣି ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଜଣ ଦୁର୍ବୃତ୍ତ ଜଣେ ଶିକ୍ଷକଙ୍କୁ ନିର୍ମମଭବେ ହାଣି ହତ୍ୟା କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଶିକ୍ଷକ ଜଣଙ୍କ ଗାଁ ବିଲକୁ ଯାଇଥିବା ବେଳେ ୨ଜଣ ଦୁର୍ବୃତ୍ତ ଆସି ମରଣାନ୍ତକ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଶିକ୍ଷକ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ଶିକ୍ଷକ ଜଣଙ୍କ ପଡ଼ୋଶୀ ଝାଡଖଣ୍ଡ ଡୁମୁରିଆରେ ଶିକ୍ଷକତା କରୁଥିଲେ। ହତ୍ୟାରେ କାରଣ ଅସ୍ପଷ୍ଟ ରହିଥିବାବେଳ ପୁଲିସ ୨ ଜଣଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।
Comments are closed.