ଗାର୍ଲଫ୍ରେଣ୍ଡକୁ ଗୁଳି: ମିଳୁନି ବନ୍ଧୁକ

ଭୁବନେଶ୍ବର: ବଜରଙ୍ଗବିହାର ଅଞ୍ଚଳରେ ଯୁବତୀଙ୍କୁ ଗୁଳିମାଡ଼ ଘଟଣାର ତଦନ୍ତ ଜାରି ରହିଛି। ଅଭିଯୁକ୍ତ ପୁରୁଷ ବନ୍ଧୁ ଗିରଫ ସତ୍ତ୍ବେ ମିଳୁନି ବ୍ୟବହୃତ ହୋଇଥିବା ବନ୍ଧୁକ। ଏନେଇ ଅଭିଯୁକ୍ତକୁ ନେଇ ରଘୁନାଥପୁର ଅଞ୍ଚଳରେ ଖୋଜାଖୋଜି ଚାଲିଛି। ଗରଫ ଅଭିଯୁକ୍ତ ଆଶିଷ ନାୟକ ନାଁରେ ରହିଛି ଏକାଧିକ ମାମଲା। ଆଶିଷ ସମ୍ଫର୍କରେ ଅଧିକ ତଥ୍ୟ ପାଇବା ପାଇଁ ପୋଲିସର ତନାଘନା ଜାରି ରହିଛି।
ସୂଚନାଯୋଗ୍ୟ ଯେ, ଗତକାଲି ଅଭିଯୁକ୍ତଜଣକ ଜଣେ ଛାତ୍ରୀଙ୍କ ସହ ପଟିଆସ୍ଥିତ ବଜରଙ୍ଗ ବିହାର ଫ୍ଲାଟ୍ରେ ବନ୍ଧୁକ ଧରି ଖେଳୁଥିବା ବେଳେ ଅକସ୍ମାତ୍ ଗୁଳି ଫୁଟି ଯାଇଥିଲା। ଗୋଟିଏ ଗୁଳି ଛାତ୍ରୀଙ୍କ ଜଂଘରେ ପଶି ଆର ଗୋଡ଼ରେ ପଶିଯାଇଥିଲା। ଘଟଣାର ତଦନ୍ତ କରି ପୁଲିସ୍ ଅଭିଯୁକ୍ତ ପୁରୁଷ ବନ୍ଧୁ ଆଶିଷକୁ ଗିରଫ କରିଥିଲା। ଅଭିଯୁକ୍ତ ନାମରେ ପୂର୍ବରୁ ବହୁ ଅପରାଧିକ ରେକର୍ଡ ଥିବା ଡିସିପି କରିଛନ୍ତି।
ଅଭିଯୁକ୍ତ ଆଶିଷ, ନୟାପଲ୍ଲୀ ବୋମାମାଡ଼ ଘଟଣାରେ ପୂର୍ବରୁ ଗିରଫ ହୋଇଥିଲା ବୋଲି କହିଛନ୍ତି ଡିସିପି। ଆଶିଷର ଅପରାଧିକ ପୃଷ୍ଠଭୂମି ନେଇ ଛାତ୍ରୀ ଜଣକ ପୂର୍ବରୁ ଅବଗତ ଥିଲେ ନା ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ।
Comments are closed.