ଏବେ କାମ୍ କି ରାଜନୀତି: କେଜରିଓ୍ବାଲ୍

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ବହୁମତରେ ବିଜୟ ସ୍ପଷ୍ଟ ହେବା ପରେ ଦଳୀୟ କାର୍ଯ୍ୟାଳୟରୁ କର୍ମୀ ଓ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ବିଜୟ ଅଭିଭାଷଣ ରଖିଛନ୍ତି ଅରବିନ୍ଦ କେଜ୍ରିୱାଲ୍। ଭାରତ ମାତା କି ଜୟ, ଇନ୍କିଲାବ୍ ଜିନ୍ଦାବାଦ୍, ବନ୍ଦେ ମାତରମ୍ ସ୍ଲୋଗାନରୁ ଭାଷଣ ଆରମ୍ଭ କରି କେଜ୍ରିୱାଲ୍ କହିଛନ୍ତି, ଏ ବିଜୟ ଦିଲ୍ଲୀବାସୀଙ୍କ ବିଜୟ, ପୂରା ଦେଶବାସୀଙ୍କ ବିଜୟ। ଦିଲ୍ଲୀବାସୀ ଏ ନିର୍ବାଚନରେ ,କ ନୂଆ ରାଜନୀତି ଆରମ୍ଭ କଲେ। ଏହି ନୂଆ ରାଜନୀତିର ନାଁ ‘କାମ୍ କି ରାଜନୀତି’।
ଏଥିସହ କେଜ୍ରିୱାଲ୍ କହିଛନ୍ତି, ଏହା କେବଳ ଦିଲ୍ଲୀର ବିଜୟ ନୁହେଁ, ଭାରତ ମାତାର ବିଜୟ, ପୂରା ଦେଶର ବିଜୟ। ଏହା ସେହି ପରିବାରର ବିଜୟ ଯେଉଁମାନେ ଭଲ ଶିକ୍ଷା ପାଇଛନ୍ତି, ଡାକ୍ତରଖାନାରେ ଚିକିତ୍ସା ପାଇଛନ୍ତି, ୨୪ଘଣ୍ଟା ବିଜୁଳି ପାଇଛନ୍ତି, ଘର ସାମ୍ନାରେ ରାସ୍ତା ପାଇଛନ୍ତି ଓ ବିଶୁଦ୍ଧ ପାନୀୟ ଜଳ ପାଇଛନ୍ତି। ଏହା ହେଉଛି ‘ବିକାଶର ରାଜନୀତି’। କେଜ୍ରିୱାଲ୍ କହିଛନ୍ତି ଯେ, ମୁଁ ଦିଲ୍ଳୀବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିବାକୁ ଚାହେଁ। ସେମାନେ ତୃତୀୟ ଥର ଲାଗି ନିଜର ପୁଅ ଉପରେ ଭରସା କରିଛନ୍ତି। ଆଜି ମଙ୍ଗଳବାର, ଭଗବାନ ହନୁମାନଙ୍କ ଦିନ। ହନୁମାନଜୀ ଦିଲ୍ଲୀ ଉପରେ ତାଙ୍କର କୃପା ବର୍ଷଣ କରିଛନ୍ତି। ଆଗାମୀ ୫ବର୍ଷ ଯେପରି ଆମେ ଦିଲ୍ଲୀବାସୀଙ୍କ ସେବା କରିପାରୁ ସେଥିପାଇଁ ଶକ୍ତି ଦିଅନ୍ତୁ।
Comments are closed.