ଆମ୍ବୁଲାନ୍ସକୁ ପିଟିଲା ଆମ୍ବୁଲାନ୍ସ
ଭଦ୍ରକ: ପ୍ରବଳ କୁହୁଡି ଯୋଗୁଁ ଆମ୍ବୁଲାନ୍ସକୁ ପଛରୁ ପିଟିଲା ଆଉ ଏକ ଆମ୍ବୁଲାନ୍ସ। ଦୁର୍ଘଟଣା ଫଳରେ ଦୁଇ ଜଣ ରୋଗୀଙ୍କ ସହ ୪ ଜଣ ଆହତ। ଆହତଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ଡାହାଣୀଗଢିଆ ନିକଟରେ ଦୁର୍ଘଟଣା ଘଟିଛି। ଘନ କୁହୁଡି ଯୋଗୁଁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ଆମ୍ବୁଲାନ୍ସ ଦୁଇଟି କୋଲକାତାର ଦେବଡା ଅଞ୍ଚଳରୁ ଦୁଇ ଜଣ ପରାଲିସିସ ରୋଗୀଙ୍କୁ ନେଇ କଟକ ଅଭିମୁଖେ ଆସୁଥିଲା। ଡାହାଣୀଗଢିଆ ଛକ ନିକଟରେ ଏକ ଟ୍ରଲର ସାଇଡ ମାରିବାରୁ ଆଗରେ ଯାଉଥିବା ଆମ୍ବୁଲାନ୍ସକୁ ପଛ ଯାଉଥିବା ଅନ୍ୟ ଏକ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଫଳରେ ଦୁଇ ଜଣ ରୋଗୀଙ୍କ ସହ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଭଦ୍ରକ ଟାଉନ ଥାନା ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।
Comments are closed.