କରୋନାର ନୂଆ ନାଁ ‘କୋଭିଡ୍-୧୯’
ବେଜିଂ: ସାରା ବିଶ୍ବରେ ନିଜର କାୟା ବିସ୍ତାର କରି ଲୋକଙ୍କୁ ଅଣାୟତ୍ତ କରିଥିବା କରୋନା ଭାଇରସ୍ ୧୦୦୦ରୁ ଊର୍ଦ୍ଧ୍ୱ ଜୀବନ ନେଇ ସାରିଥିବା ବେଳେ ଏଥିରେ ୪୩ ହଜାରରୁ ଉର୍ଦ୍ଧ ଲୋକଙ୍କ ଆକ୍ରାନ୍ତ ଅଛନ୍ତି। ଡବ୍ଲ୍ୟୁଏଚ୍ଓ ପକ୍ଷରୁ ମହାମାରୀ ସୃଷ୍ଟି କରିଥିବା ଏହି କରୋନା ଭାଇରସ୍ର ନୂଆ ନାଁ ‘କୋଭିଡ୍-୧୯’ ରଖାଯାଇଛି।ବର୍ତ୍ତମାନ ସୁଦ୍ଧା କରୋନାରେ ୧୧୧୩ ଜଣ ମୃତ୍ୟୁ କରିଥିବା ବେଳେ ୪୪୦୦୦ ଆକ୍ରାନ୍ତ ଅଛନ୍ତି। ହୋଇଛି।
ଡବ୍ଲ୍ୟୁଏଚ୍ଓ ର ନିର୍ଦ୍ଦେଶକ ଜେନେରାଲ ଟେଡ୍ରୋସ୍ ଆଧାନମ୍ ଘେବ୍ରେସସ୍ କହିଛନ୍ତି, ଆମେ ଏମିତି ନାଁଟିଏ ବାଛିଛୁ ଯାହା ନା କୌଣସି ଭୌଗଳିକ ଠିକଣା କଥା କହୁଛି, ନା କୌଣସି ପଶୁର ନାମ ନା ଉଚ୍ଚାରଣ କରିହେଉଥିବା ନାମ ନା ରୋଗକୁ ସୂଚାଉଥିବା ନାମ ହୋଇଥିବ। ଜେନେଭାରେ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ଘେବ୍ରେସସ୍। ଏହି ନାଁ ପାଇଁ କରୋନା ପାଇଁ ସିଓ ନିଆଗଲା, ଭାଇରସ୍ ପାଇଁ ଭିଆଇ ନିଆଗଲା ଏବଂ ରୋଗ ପାଇଁ ଡି ନିଆଯାଇଥିଲା।
Comments are closed.