୨୪ ଘଣ୍ଟା ମଧ୍ୟରେ ‘ଆପ୍’ରେ ଯୋଗ ଦେଲେ ୧୧ଲକ୍ଷ ବ୍ୟକ୍ତି
![](https://www.odishalink.com/wp-content/uploads/2020/02/Arvind-Kejriwal-1.jpg)
ନୂଆଦିଲ୍ଲୀ: ଲଗାତାର ୩ୟ ଥର ପାଇଁ ଦିଲ୍ଲୀ ସିଂହାସନ ଅକ୍ତିଆର କଲେ ଅରବିନ୍ଦ କେଜ୍ରିଓ୍ବାଲ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବାର ୨୪ ଘଣ୍ଟା ମଧ୍ୟରେ ‘ଆପ୍’ରେ ୧୧ ଲକ୍ଷ ଅଧିକ ବ୍ୟକ୍ତି ଯୋଗ ଦେଇଛନ୍ତି। ଗୁରୁବାର ଦିନ ଟୁଇଟ୍ କରି ଏ କଥା ‘ଆପ୍’ ତରଫରୁ ସୂଚନା ଦିଆଯାଇଛି । ୭୦ ଆସନବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିଓ୍ଵାଲ୍ଙ୍କ ନେତୃତ୍ୱାଧୀନ ‘ଆମ୍ ଆଦ୍ମି ପାଟି’ ୬୨ଟି ଆସନରେ ବିଜୟ ଲାଭ କରିଛି।
About 11 lakh people from all over the country have joined the Aam Aadmi Party within just 24 hours of the victory.#JoinAAPhttps://t.co/pTIwogXCh0
— AAP (@AamAadmiParty) February 13, 2020
ଦେଶକୁ ବିକାଶ ପଥରେ ଆଗେଇ ନେବା ଲାଗି ‘ଆପ୍’ ଗତ ମଙ୍ଗଳବାର ଠାରୁ ରାଷ୍ଟ୍ର ନିର୍ମାଣ ଅଭିଯାନ ଆରମ୍ଭ କରିଛି। ଏହାର ନାମ ରଖାଯାଇଛି ‘ଆମ୍ ଆଦ୍ମି ପାର୍ଟିର ରାଷ୍ଟ୍ର ନିର୍ମାଣ’ ଅଭିଯାନ। ଏଥିରେ ଯୋଗ ଦେବାକୁ ଭାରତର ନାଗରିକମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ୨୦୧୨ରେ ଅରବିନ୍ଦ କେଜ୍ରିଓ୍ଵାଲ୍ଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ‘ଆମ୍ ଆଦ୍ମି ପାର୍ଟି’ ।
୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନ ମାନଚିତ୍ରରୁ ଏହା କଂଗ୍ରେସର ସ୍ଥିତି ଦୁର୍ବଳ କରି ଦେଇଥିଲା। ଏଥର ବିଧାନସଭା ନିର୍ବାଚନରେ ମଧ୍ୟ ‘ଆପ୍’ ଦିଲ୍ଲୀରୁ କଂଗ୍ରେସକୁ ବିଲୁପ୍ତ କରି ଦେଇଛି। କେବଳ କଂଗ୍ରେସ ନୁହେଁ, ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଏବଂ ଅମିତ ଶାହାଙ୍କ ନେତୃତ୍ୱାଧୀନ ବିଜେପିକୁ ମଧ୍ୟ ‘ଆପ୍’ର ବିଜୟ ଶକ୍ତ ଧକ୍କା ଦେଇଛି ।
Comments are closed.