Odisha Link
Bridging the Missing Links in Odisha

ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେଲା ଆମ୍ବୁଲାନ୍ସ

ଢେଙ୍କାନାଳ: ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା କପିଳାସ ରାସ୍ତାର ଭଗବାନପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରୁ ଡ୍ରାଇଭର ଓ ରୋଗୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଆମ୍ବୁଲାନ୍ସ ହେଲ୍‌ପର୍‌ ଆହତ ହୋଇଛନ୍ତି।
ଆମ୍ବୁଲାନ୍ସଟି ଯୋରନ୍ଦା ମହିମା ଗାଦିରୁ ଜଣେ ମହିମା ସନ୍ୟାସୀଙ୍କୁ ନେଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଉଥିଲା। ତେବେ କପିଳାସ ରାସ୍ତାର ଭଗବାନପୁର ନିକଟରେ ଗାଡ଼ିର ଷ୍ଟିଅରିଙ୍ଗ୍ ଫେଲ୍‌ ହେବାରୁ ତାହା ଏକ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ ବିଦ୍ୟୁତ୍‌ ଖୁଣ୍ଟଟି ଦୁଇ ଗଡ ହୋଇଯାଇଥିବା ବେଳେ ରାସ୍ତାରେ ୧୧ କେଭି ବିଦ୍ୟୁତ୍‌ ତାର ବିଛାଇ ହୋଇପଡିଥିଲା।
ଆମ୍ବୁଲାନ୍ସରେ ଥିବା ହେଲ୍‌ପର୍‌ଙ୍କ ମୁଣ୍ଡ ଫାଟି ଯାଇଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ହଠାତ୍ ଆମ୍ବୁଲାନ୍ସର ଷ୍ଟିଅରିଙ୍ଗ ଫେଲ୍‌ ହେବାରୁ ବିଦ୍ୟୁତ୍‌ ଖୁଣ୍ଟରେ ତାହା ପିଟି ହୋଇଯାଇଥିଲା ବୋଲି ଡ୍ରାଇଭର କହିଛନ୍ତି।

Comments are closed.