Odisha Link
Bridging the Missing Links in Odisha

ବିଜେଡିର ଅସଲ ମୁଖା ଖୋଲିଛି: ବିଜେପି

ଭୁବନେଶ୍ବର: ଅନୁପ ସାଏ ଗରିଫ ପ୍ରସଙ୍ଗରେ ଲେଖାଶ୍ରୀ ସାମନ୍ତସଂହାରଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନୁପ ସାଏଙ୍କ ବିରୋଧରେ ପୂର୍ବରୁ ବି ଆମେ ଅଭିଯୋଗ କରିଥିଲୁ। ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ସତ୍ତ୍ବେ ବିଜେଡି କିନ୍ତୁ ଆଦୌ ଶୁଶୁ ନଥିଲା। ଛତିଶଗଡ଼ ପୋଲିସ ହାତରେ ଗିରଫ ପରେ ବିଜେଡିର ଅସଲ ମୁଖା ଖୋଲିଛି। ଏବେ ଅପେକ୍ଷା ଅନୁପଙ୍କୁ ଦଳରୁ ଓ ପଦବୀରୁ କେବେ ବହିଷ୍କାର କରାଯିବ।

ପ୍ରକାଶ ଯେ, ବିଜେଡି ନେତା ଅନୁପ ସାଏଙ୍କୁ ବାନ୍ଧିଲା ଛତିଶଗଡ ପୋଲିସ। ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଅନୁପଙ୍କୁ ବିଳମ୍ବିତ ରାତ୍ରିରେ ବ୍ରଜରାଜନଗର ସାଇ ମନ୍ଦିରରୁ ଉଠାଇ ନେଇଛି ଛତିଶଗଡ ପୋଲିସ। ୨୦୧୬ ମା’ ଓ ଝିଅ ହତ୍ୟା ମାମଲାରେ ଅନୁପଙ୍କୁ ଛତିଶଗଡ ପୋଲିସ ବାନ୍ଧିଥିବା ଜଣାପଡିଛି। ଅନୁପଙ୍କ ଗିରଫ କରିବା ନେଇ ବ୍ରଜରାଜନଗର ଗାନ୍ଧୀଛକ ଥାନା ପୋଲିସ ସୂଚନା ଦେଇଛି।

ଅନୁପଙ୍କୁ ଗିରଫ ପରେ ଛତିଶଗଡ ଚକ୍ରଧରପୁର ଥାନାରେ ପଚରାଉଚରା କରୁଛି ପୋଲିସ। ଅନୁପଙ୍କ ଗିରଫ ନେଇ ଛତିଶଗଡ ପୋଲିସ ଝାରସୁଗୁଡା ଏସପିଙ୍କୁ ମଧ୍ୟ ସୂଚନା ଦେଇଥିଲେ। ଏହାପୂର୍ବରୁ କଂଗ୍ରେସ ଟିକେଟରୁ ୨୦୦୦ ମସିହାରୁ ହ୍ୟାଟ୍ରିକ ବିଜୟ ହାସଲ କରିଥିଲେ ଅନୁପ। ୨୦୧୪ରେ ବିଜେଡିରେ ମିଶିବା ସହ ନିର୍ବାଚନ ଲଢିଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ଠାରୁ ଅଳ୍ପ ଭୋଟରେ ମାତ୍ ଖାଇଥିଲେ । ତେବେ ୨୦୧୯ରେ ଅନୁପଙ୍କୁ ଆଉ ବିଜେଡି ଟିକେଟରେ ଲଢିବାକୁ ସୁଯୋଗ ମିଳିନଥିଲା।

Comments are closed.