କରୋନା ଆତଙ୍କ: ମୃତ୍ୟୁ ସଂଖ୍ୟା ଟପିଲା ୧୩୦୦
ବେଜିଂ: ଦିନକୁ ଦିନ ଭୟଙ୍କର ରୂପ ନେଉଛି ‘କରୋନା’ ଭାଇରସ୍। ଗୁରୁବାର ସୁଦ୍ଧା କରୋନା ଯୋଗୁଁ ଚୀନରେ ମୃତ୍ୟୁସଂଖ୍ୟା ୧୩୬୧ରେ ପହଞ୍ଚିଥିବାବେଳେ ଗୋଟିଏ ଦିନରେ ୨୪୨ ଜଣଙ୍କର ମୃତ ଘଟିଛି। ଚୀନ୍ ମେନଲାଣ୍ଡରେ ସବୁଠାରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି। କରୋନାରେ ୧୫ ହଜାରରୁ ଉର୍ଦ୍ଧ ଲୋକ ଆକ୍ରାନ୍ତ ଅଛନ୍ତି ବୋଲି ଚୀନର ଜାତୀୟ ସ୍ବାସ୍ଥ୍ୟ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଗତକାଲି ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସ୍ଥିତି ସମୀକ୍ଷା କରି ଥିବ ବେଳେ କରୋନାକୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍ଓ) ବିଶ୍ଵ ସଙ୍କଟ ବୋଲି ଘୋଷଣା କରିଛି।
ସିପିସି କେନ୍ଦ୍ରୀୟ କମିଟିର ପଲିଟିକାଲ ବ୍ୟୁରୋ ଷ୍ଟାଣ୍ଡିଂ କମିଟି ପକ୍ଷରୁ ଭାଇରସ୍ ନିୟନ୍ତ୍ରଣ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ଏହି ବୈଠକରେ ଜିନପିଙ୍ଗ୍ ଅଧ୍ୟକ୍ଷତା କରିଥିଲେ। ଭାଇରସ୍ ରୋକିବା ଦିଗରେ ସରକାରଙ୍କ ପକ୍ଷରୁ ବଳିଷ୍ଠ ଉଦ୍ୟମ ଜାରି ରହିଛି ବୋଲି ଜିନପିଙ୍ଗ୍ କହିଛନ୍ତି। ଅନ୍ୟପକ୍ଷେ କରୋନା ଭାଇରସ୍ ଚିକିତ୍ସା ପାଇଁ ପ୍ରତିଷେଧକ ଔଷଧ ଓ ଇଂଜେକସନ୍ ବାହାର କରିବାକୁ ବିଶ୍ବବ୍ୟାପୀ ସମସ୍ତ ବୈଜ୍ଞାନିକ ପ୍ରୟାସ ଜାରି ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ମୁଖ୍ୟ କହିଛନ୍ତି ଯେ କରୋନା ଭାଇରସ୍ ପାଇଁ ପ୍ରଥମ ଇଂଜେକସନ୍ ୧୮ ମାସ ମଧ୍ୟରେ ପ୍ରସ୍ତୁତ ହେବ।
Comments are closed.