କରୋନା ଭାଇରସ୍: ହୁବେଇ ମୁଖ୍ୟଙ୍କୁ କାର୍ଯ୍ୟରୁ ବିଦା କଲେ ସରକାର

ବେଜିଂ: ଦିନକୁ ଦିନ ହୁହୁ ହୋଇ ବଢ଼ିବାରେ ଲାଗିଛି କରୋନା ଭାଇରସ ଜନିତ ମୃତ୍ୟୁସଂଖ୍ୟା। ଏହି ଭାଇରସ୍ ଚାଇନାର ହୁବେଇ ପ୍ରଦେଶରୁ ସୃଷ୍ଟି ହୋଇଥିଲା ଯାହା ଏବେ ସାରା ବିଶ୍ବରେ ଭୟ ସୃଷ୍ଟି କରିଛି। କରୋନା ଭାଇରସକୁ ମୁକାବିଲା କରିବାରେ ହୁବେଇ ପ୍ରଦେଶର ମୁଖ୍ୟ ବିଫଳ ହୋଇଥିବାରୁ ଆଜି ଚାଇନାର କ୍ଷମତାସୀନ କମ୍ୟୁନିଷ୍ଟ ସରକାର ତାଙ୍କୁ ନିଜ କାର୍ଯ୍ୟରୁ ବିଦା କରିଦେଇଛନ୍ତି।
ଏବେ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ହୁବେଇ ପ୍ରୋଭିନସିଆଲ କମିଟିର ସଚିବ ଭାବେ ସାଂଘାଇ ମେୟର ୟିଙ୍ଗ ୟୋଙ୍ଗଙ୍କୁ ନିଯୁକ୍ତି ମିଳିଛି। ସେ ଜିଆଙ୍ଗ ଚାଓଲିଆଙ୍ଗଙ୍କ ସ୍ଥାନାରେ କାମ କରିବେ। ଦଳର ସେଣ୍ଟ୍ରାଲ କମିଟି ଏଭଳି ନିଷ୍ପତ୍ତି ନେଇଛି।
ଏଥିସହ ଚାଇନାର କମ୍ୟୁନିଷ୍ଟ ପାର୍ଟି ହୁବେଇ ପ୍ରଦେଶରେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଅଧିକ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀଙ୍କୁ ପଠାଇଛି। ସ୍ୱାସ୍ଥ୍ୟକର୍ମୀମାନେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ମାସ୍କ ମଧ୍ୟ ବାଣ୍ଟିବେ।
Comments are closed.