ନିର୍ଭୟା ମାମଲା : ବିନୟର ରାଜକ୍ଷମା ପିଟିସନ ଖାରଜ

ନୁଆଦିଲ୍ଲୀ: ନିର୍ଭୟା ଦୋଷୀ ବିନୟର ରାଜକ୍ଷମା ପିଟିସନ ଖାରଜ। ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ରାଷ୍ଟ୍ରପତି ବିନୟର ରାଜକ୍ଷମା ଆବେଦନ ଖାରଜ କରିଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲା ବିନୟ। ଆଜି ସୁପ୍ରିମକୋର୍ଟର ଜଷ୍ଟିସ୍ ଭାନୁମତି ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ବିନୟର ରାଜକ୍ଷମା ପିଟିସନକୁ ଖାରଜ କରିଛନ୍ତି।
ରାଜକ୍ଷମା ଖାରଜର ପୁନଃବିଚାର ପାଇଁ ଆବେଦନ କରିଥିଲା ବିନୟ। ରାଜକ୍ଷମା ଖାରଜ ପାଇଁ ଉପ-ରାଜ୍ୟପାଳ ଏବଂ ଦିଲ୍ଲୀ ଗୃହ ମନ୍ତ୍ରୀଙ୍କ ସୁପାରିଶ ନଥିବା ଦର୍ଶାଇଥିଲା ବିନୟ। ଏହାର ଉତ୍ତରରେ ଉଭୟ ରାଜକ୍ଷମା ଆବେଦନକୁ ଖାରଜ ପାଇଁ ସୁପାରିଶ କରିିଥିବା ନେଇ ସୁପ୍ରିମକୋର୍ଟ କହିଛନ୍ତି।
Comments are closed.