ରାଗିଂ ନୁହେଁ, ଗଣ୍ଡଗୋଳ: କୁଳପତି
![](https://www.odishalink.com/wp-content/uploads/2020/02/Veer-Surendra-Sai-University-of-Technology-Sambalpur-11.jpg)
ସମ୍ବଲପୁର: ବର୍ଲା ଭିସୁଟ୍ରେ ରାଗିଂ ଅଭିଯୋଗ ଘଟଣାର ନୂଆ ମୋଡ଼ ନେଇଛି। ସୋସିଆଲ୍ ମିଡିଆରେ ରାଗିଂ ଭିଡିଓ ଭାଇରାଲ୍ ପରେ ବିଶ୍ବବିଦ୍ୟାଳୟର କୁଳପତି ଅଟଳ ଚୌଧୁରୀଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ କୁଳପତି କହିଛନ୍ତି ଯେ, ଏହା ରାଗିଂ ନୁହେଁ। ବିଶ୍ବବିଦ୍ୟାଳୟ ବାହାରେ ଗଣ୍ଡଗୋଳର ଦୃଶ୍ୟ। ସିନିଅର ଓ ଜୁନିଅର ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଆପୋସ ବୁଝାମଣାରେ ବିବାଦର ସମାଧାନ ହୋଇଛି। ଶୃଙ୍ଖଳା କମିଟି ତଦନ୍ତ କରୁଛି। ରିପୋର୍ଟ ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ୨ୟ ଓ ୩ୟ ବର୍ଷ ଛାତ୍ରଙ୍କ ରାଗିଂ ଅଭିଯୋଗ ପରେ କୁଳପତି ସ୍ପଷ୍ଟୀକରଣ ଦେଇଛନ୍ତି।
ପ୍ରକାଶ ଯେ, ବୁର୍ଲା ଭିସୁଟ୍ରେ ପୁଣି ରାଗିଂ ଅଭିଯୋଗ ହୋଇଛି। ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ପରେ ଏନେଇ ଚର୍ଚ୍ଚା ଜୋର ଧରିଛି। ଭିଡିଓରେ ଯୁବକ ଜଣଙ୍କ ନିଜେ ରାଗିଂର ଶିକାର ହୋଇଥିବା କହିଛନ୍ତି। ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ର ରାଗିଂ କରିଥିବା ଅଭିଯୋଗ କରୁଛନ୍ତି ଯୁବକ। ନିଜକୁ ପ୍ରଥମ ବର୍ଷର ଛାତ୍ର କହୁଛନ୍ତି ଭିଡିଓରେ ଥିବା ସଂପୃକ୍ତ ଯୁବକ ଜଣଙ୍କ। ଭାଇରାଲ ଭିଡିଓ ଓ ରାଗିଂ ଅଭିଯୋଗର ତଦନ୍ତ ହେବ କହିଲେ କର୍ତ୍ତୃପକ୍ଷ।
Comments are closed.