Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରାଙ୍କ ଗାଡ଼ିରୁ ଲକ୍ଷେ ୧୦ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ। ତାଙ୍କ ହିଲ ଟାଉନ ଭଡା ଘର ସାମ୍ନାରୁ ବୋଲେରୋ ଗାଡିରେ ଟଙ୍କା ନେଇ ଯାଉଥିବା ବେଳେ ଜବତ ହୋଇଥିବା ଜଣାପଡିଛି।
ସେପଟେ ଯୋଗାଣ ଅଧିକାରୀ ମିଲରମାନଙ୍କଠାରୁ ଟଙ୍କା ନେଇ ଯାଉଥିବା କୌଣସି ସୂତ୍ରରୁ ଭିଜିଲାନ୍ସ ସୂଚନା ପାଇବା ପରେ ଚଢାଉ କରିଥିଲା। ତାଙ୍କ ଗାଡିରୁ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍। ତାଙ୍କ ଭବାନୀପାଟଣା ହିଲ ଟାଉନ ଭଡା ଘର ସମେତ ନବରଂଗପୁର ପୈତୃକ ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ।

Comments are closed.