ପୁଣି ସ୍କୁଲ୍ ବ୍ୟାଗ୍ ତାଗିଦ
ଭୁବନେଶ୍ବର: ପୁଣି ସ୍କୁଲ୍ ବ୍ୟାଗ୍ ଓଜନକୁ ନେଇ ତାଗିଦ। ସ୍କୁଲ୍ ପିଲାଙ୍କ ବ୍ୟାଗ୍ ଓଜନ କମ୍ ପ୍ରସଙ୍ଗରେ ପୁଣି ଗଣଶିକ୍ଷା ବିଭାଗର ଚିଠି। ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ତାଗିଦ କରଛନ୍ତି ଗଣଶିକ୍ଷା ସଚିବ। ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନ ପାଳନ ପାଇଁ ଚିଠି ଲେଖିଛନ୍ତି ଗଣଶିକ୍ଷା ସଚିବ। ସ୍କୁଲ୍ ବ୍ୟାଗ୍ ଓଜନ କମ୍କୁ ନେଇ ବାରମ୍ବାର କୁହାଯିବା ସତ୍ତ୍ବେ ନିୟମ ପାଳନ ହେଉନି। ଘରୋଇ ସ୍କୁଲ ବ୍ୟତୀତ ଅନ୍ୟାନ୍ୟ ସ୍କୁଲ୍ ପିଲାଙ୍କ ବ୍ୟାଗ୍ ଓଜନ ଯାଞ୍ଚ ହେଉନି। ଏଯର୍ଯ୍ୟନ୍ତ ସ୍ବାର୍ଡ ଗଠନ ଏବଂ ପିଲାଙ୍କ ବ୍ୟାଗ୍ ଯାଞ୍ଚ ନେଇ ରିପୋର୍ଟ ମିଳିନାହିଁ। ଆସନ୍ତା ୨୦ ତାରିଖ ମଧ୍ୟରେ ଜରୁରୀ ଭାବେ ଏନେଇ ତ୍ଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ସଚିବ।
Comments are closed.