ଆମ୍ବୁଲାନ୍ସ ଟ୍ରାଫିକ୍ ଟ୍ରାଜେଡି ମିଛ ?
ଭୁବନେଶ୍ବର: ଗତ କିଛି ଦିନ ତଳେ ଟ୍ରାଫିକ ଜାମ ପାଇଁ ଆମ୍ବୁଲାନ୍ସରେ ଥିବା ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଯେଉଁ ଅଭିଯୋଗ ହୋଇଥିଲା ତାହା ମିଛ ବୋଲି କମିଶନରେଟ ପୁଲିସ ପରୋକ୍ଷରେ କହିଛି। ଘଟଣା ଦିନର ଆମ୍ବୁଲାନ୍ସ ଟାଇମିଂ ଦେଇ କମିଶନରେଟ ପୁଲିସ ଏହାକୁ ମିଛ ବୋଲି ଦର୍ଶାଇଛି। ଆମ୍ବୁଲାନ୍ସଟି ଘଟଣା ଦିନ କ୍ୟାପିଟାଲ ହସ୍ପିଟାଲରୁ କେତେବେଳେ ବାହାରି କିମ୍ସରେ କେତେବେଳେ ପହଞ୍ଚିଥିଲା ତାହାର ଟାଇମିଂ ଦେଇଛି କମିଶନରେଟ ପୁଲିସ। ନିଜ ଟ୍ୱିଟର ହ୍ୟାଣ୍ଡେଲରେ କମିଶନରେଟ ପୁଲିସ ଏହି ଟାଇମିଂ ଦେଇଛି।
ଘଟଣା ଦିନ ଆମ୍ବୁଲାନ୍ସକୁ ୨୨ମିନିଟ ୩୮ ସେକେଣ୍ଡ ସମୟ ଲାଗିଥିଲା ବୋଲି ଦର୍ଶାଯାଇଛି। କ୍ୟାପିଟାଲ ହସ୍ପିଟାଲରୁ କିମ୍ସ ହସ୍ପିଟାଲ ପହଞ୍ଚିବା ପାଇଁ ଆମ୍ବୁଲାନ୍ସ ୨୨ମିନିଟ ୩୮ ସେକେଣ୍ଡ ନେଇଥିଲା। ତେବେ ଆମ୍ବୁଲାନ୍ସକୁ ୧ ଘଣ୍ଟାରୁ ଅଧିକ ସମୟ ଲାଗିଥିବା ମୃତ ଶିଶୁର ବାପା ଅଭିଯୋଗ କରିଥିଲେ। ରାସ୍ତା ଜାମ ପାଇଁ ଆମ୍ବୁଲାନ୍ସକୁ ଅଧିକ ସମୟ ଲାଗିଥିବା ମୃତ ଶିଶୁର ବାପା କହିଥିଲେ। ତେବେ ମୃତ ଶିଶୁର ବାପା ଓ କମିଶନରେଟ ପୁଲିସ ମଧ୍ୟରୁ କିଏ ସତ କହୁଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ଘଟଣାର ୩ ଦିନ ପରେ ପୁଲିସ କାହିଁକି ଟାଇମିଂ ଦେଲା ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Comments are closed.