ଅନୁପ ନାଁରେ ସଙ୍ଗୀନ ଦଫା
![](https://www.odishalink.com/wp-content/uploads/2020/02/anup-sai-1.jpg)
ଭୁବନେଶ୍ବର: ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଗିରଫଦାରୀ ପରେ ଛତିଶଗଡ ପୋଲିସର ବଡ ସୂଚନା। ଛତିଶଗଡ ପୋଲିସର କହିବା ଅନୁଯାୟୀ ୨୦୧୬ ମସିହାର ମା ଓ ଝିଅ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅନୁପ ସାଏ। ଏବଂ ଏହି ହତ୍ୟାକାଣ୍ଡରେ ଅନୁପଙ୍କ ସମ୍ପୃକ୍ତି ନେଇ ପୋଲିସ ପ୍ରମାଣ ପାଇଥିବା ସୂଚନା ମିଳିଛି। ଏନେଇ ଅପରାହ୍ନ ଛତିଶଗଡ ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇପାରେ।
ଅନୁପ ସାଏଙ୍କୁ ଗିରଫ କରିବା ପରେ ତାଙ୍କ ବିରୋଧରେ ହତ୍ୟା, ହତ୍ୟା ପାଇଁ ଷଡଯନ୍ତ୍ର ଓ ତଥ୍ୟ ପ୍ରମାଣ ନଷ୍ଟ ଭଳି ସଙ୍ଗୀନ ଦଫା ଲଗାଇଛି ପୋଲିସ। ତାଙ୍କ ବିରୋଧରେ ୩୦୨, ୧୨୦ ବି, ଓ ୨୦୧ ଦଫା ଲଗାଇଛି ଛତିଶଗଡ ପୋଲିସ୍। ୨୦୧୬ରେ ଝାରସୁଗୁଡା–ଛତିଶଗଡ ସୀମାନ୍ତରେ ମା ଓ ଝିଅଙ୍କ ଡବଲ ମର୍ଡର ହୋଇଥିଲା। ବୁଧବାର ରାତିରେ ପୋଲିସ ତାଙ୍କୁ ଝାରସୁଗୁଡାରୁ ଉଠାଇନେବା ପରେ ଦିନତମାମ ରାୟଗଡ ଜିଲ୍ଲା ଚକ୍ରଧରପୁର ଥାନାରେ ମାରାଥନ ଜେରା କରିଥିଲା।
ଛତିଶଗଡ ପୋଲିସ ଅନୁପଙ୍କୁ ନେଇ ପଚରାଉଚରା କରୁଥିବାବେଳେ ଏପଟେ ପଣ୍ୟାଗାର ଅଧ୍ୟକ୍ଷ ପଦରୁ ବିଦା କରିବା ସହ ଦଳରୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ସେପଟେ ଏହି ଡବଲ ମର୍ଡର ମାମଲାରେ ଆଉ କିଛି ଲୋକଙ୍କ ସଂପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେଣୁ ସେମାନଙ୍କୁ ଗିରଫ କରାଯାଇପାରେ ବୋଲି ଏସପି କହିଛନ୍ତି।
Comments are closed.