ଅଭ୍ୟାସ ମ୍ୟାଚ୍: ଚମକିଲେ ବିହାରୀ ଓ ପୂଜାରା
ହାମିଲଟନ୍: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଏକାଦଶ ସହ ଅଭ୍ୟାସ ମ୍ୟାଚ୍ ଖେଳିଛି ଟିମ୍ ଇଣ୍ଡିଆ। ହେଲେ ଅଭ୍ୟାସ ମ୍ୟାଚରେ ଫେଲ ମାରିଲେ ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍। ଭାରତର ତିନି ଯୁବ ଖେଳାଳି ମୟଙ୍କ ଅଗ୍ରୱାଲ୍ (୧), ପୃଥ୍ୱୀ ଶ’ (୦) ଓ ଶୁବମାନ୍ ଗିଲ୍ (୦) ଫାଷ୍ଟ୍ ଓ ବାଉନ୍ସି ପିଚରେ ବିଫଳ ହୋଇଛନ୍ତି। ତେବେ ଅଭିଜ୍ଞ ହନୁମା ବିହାରୀଙ୍କ ଶତକ ଓ ଚେତେଶ୍ୱର ପୂଜାରାଙ୍କ ୯୨ ରନ୍ ବଳରେ ଭାରତ ନ୍ୟୁଜିଲ୍ୟାଣ୍ଡ୍ ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚର ପ୍ରଥମ ଇନିଂସରେ ୨୬୩ ରନ୍ କରି ଅଲଆଉଟ୍ ହୋଇଛି। ଭାରତର ଇନିଂସ୍ ଶେଷ ହେବା ସହ ଦିବସର ଖେଳ ବନ୍ଦ ହୋଇଛି।
କ୍ୟାପଟେନ୍ ବିରାଟ୍ କୋହଲି ଅଭ୍ୟାସ ମ୍ୟାଚ୍ ବଳରେ ନେଟରେ ସମୟ ବିତାଇଛନ୍ତି। ଭାରତ ପକ୍ଷରୁ ହନୁମା ବିହାରୀ ସର୍ବାଧିକ ୧୦୧ (୧୮୨ ବଲ୍, ୧୦ ଚୌକା, ୩ ଛକା) ରନ୍ କରି ରିଟାୟର୍ଡ ଆଉଟ୍ ହୋଇଥିବା ବେଳେ ପୂଜାରା ୯୩ (୨୧୧ ବଲ୍, ୧୧ ଚୌକା, ୧ ଛକା) ରନ୍ କରି ଶତକରୁ ବଞ୍ଚିତ ହୋଇଛନ୍ତି। ତେବେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ୨୦ରୁ ଅଧିକ ରନ୍ କରିପାରିନାହାନ୍ତି।
India all out for 263 in the practice game against New Zealand XI.
Vihari 101 retd, Pujara 93 pic.twitter.com/8h0uONqFpx
— BCCI (@BCCI) February 14, 2020
ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ପେସ୍ ବୋଲର ସ୍କଟ୍ କୁଗେଲାଇନ୍ ୪୦ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ ଏବଂ ଭାରତକୁ ଭଲ ଆରମ୍ଭ କରିବାକୁ ଦେଇନଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ସୋଢୀ ୩ଟି, ଗିବସନ୍ ୨ଟି ଓ ଜେମ୍ସ ନିଶାମ ଗୋଟିଏ ୱିକେଟ୍ ନେଇଥିଲେ।
Comments are closed.