ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ
![](https://www.odishalink.com/wp-content/uploads/2020/02/strike.jpg)
ଢେଙ୍କାନାଳ: ସିଟି ହସ୍ପିଟାଲ ଦାବିରେ ଢ଼େଙ୍କାନାଳରେ ତେଜିଲା ଆନ୍ଦୋଳନ । ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି ବିଭିନ୍ନ ସଂଘ ଓ ସଂଗଠନ। ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ସେହିପରି ଗାଡି ଚଳାଚଳ ପ୍ରଭାବିତ ହୋଇଛି। ଫଳରେ ଜୀବନଯାତ୍ରା ଠପ ହୋଇଯାଇଛି।
ଏହି ଆନ୍ଦୋଳନକୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ସମର୍ଥନ କରାଯାଉଛି । ତେବେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଥିବା କାରଣରୁ ଗାଡିମଟର ବି ବନ୍ଦ ରହିଛି। ବାଜିଚୌକଠାରୁ ଆରମ୍ଭ କରି କଲେଜ ଛକ ପର୍ଯ୍ୟନ୍ତ ରାସ୍ତାରେ ଆନ୍ଦୋଳନ ଚାଲିଛି। ସହର ମଧ୍ୟରେ ଥିବା ମୁଖ୍ୟ ସ୍ଥାନ ଗୁଡିକରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି।
Comments are closed.