ଟଙ୍କା ଫେରାଇବାକୁ ରାଜି ହେଲେ ବିଜୟ ମାଲ୍ୟା, ହେଲେ ଭାରତ..
ଲଣ୍ଡନ: ପଳାତକ ବିଜୟ ମାଲ୍ୟା ପୁଣିଥରେ ଚର୍ଚ୍ଚାରେ। ବିଭିନ୍ନ ବ୍ୟାଙ୍କରୁ ୯ହଜାର କୋଟି ଅଧିକ ଟଙ୍କା ଋଣ ନେଇ ପଳେଇଥିବା ବିଜୟ ମାଲ୍ୟା ୧୦୦% ଟଙ୍କା ଫେରେଇବାକୁ ରାଜି ହୋଇଛନ୍ତି। ହେଲେ ଭାରତ ଆସିବେନି ବୋଲି କହିଛନ୍ତି ବିଜୟ ମାଲ୍ୟା। ଯାହାକୁ ନେଇ ବେଶ୍ ଚର୍ଚ୍ଚା ।
ବିଜୟ ମାଲ୍ୟା କହିଛନ୍ତି ଯେ, ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ସହ ଯେଉଁଭଳି ଭାବରେ ଏହି ମାମଲାରେ ଆଚରଣ ଦେଖାଉଛନ୍ତି ତାହା ଠିକ୍ ନୁହେଁ। ତିନି ଦିନ ଧରି ଚାଲିଥିବା ଶୁଣାଣିର ଅନ୍ତିମ ଦିନରେ ମାଲ୍ୟା ଏଭଳି କହିଛନ୍ତି।
ମାଲ୍ୟା ଆହୁରି କହିଥିଲେ ଯେ, ମୁଁ ପଇସା ଦେଉନାହିଁ ବୋଲି ଇଡି ଏବଂ ବ୍ୟାଙ୍କ ଅଭିଯୋଗ କରିଛନ୍ତି। ପିଏମଏଲଏ ଧାରାରେ ସେ କିଛି ଅପରାଧ କରିନାହାନ୍ତି ହେଲେ ତାଙ୍କ ସମ୍ପତ୍ତି ଆଟାଚ୍ କରିଛି। ମାଲ୍ୟାଙ୍କ ମାମଲାର ଶୁଣାଣି ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ ଷ୍ଟିଫନ ଇରାଓ୍ୱିନ ଏବଂ ଜଷ୍ଟିସ ଏଲିଜାବେଥ ଓ୍ୱିଙ୍ଗ କରୁଛନ୍ତି। ମାଲ୍ୟାଙ୍କ ଶୁଣାଣି ବେଳେ ଇଡି, ସିବିଆଇ ଓ ଭାରତୀୟ କମିଶନର ଉପସ୍ଥିତ ଥିଲେ।
Comments are closed.