ପୁଣି ପ୍ରଶ୍ନପତ୍ର ଲିକ୍!

ଭୁବନେଶ୍ବର: ପୁଣି ସମ୍ବଲପୁର ବିଶ୍ବବିଦ୍ୟାଳର ଆଜିର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ସନ୍ଦେହ ହେଉଛି। ଯୁକ୍ତ ତିନି ସେମିଷ୍ଟାର ଆଜିର ଗଣିତ (ସମ୍ମାନ) ପ୍ରଶ୍ନ ପତ୍ରଲିକ୍ ହୋଇଛି। ବିଭିନ୍ନ କଲେଜକୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦେଇଛନ୍ତି। ଆଜି ଦିନ ୧୧ ଟାରୁ ୧୨ଟା ୩୦ ମଧ୍ୟରେ ଇମେଲରେ ପ୍ରଶ୍ନ ପଠାଯିବ। ପ୍ରଶ୍ନପତ୍ର ଡାଉନଲୋଡ କରି ପରୀକ୍ଷା କରିବାକୁ ସବୁ କଲେଜ ମାନଙ୍କ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ପରୀକ୍ଷା ପାଇଁ କଲେଜକୁ ପ୍ରଶ୍ନପତ୍ର ପଠାଯିବ ବୋଲି ଜଣାଇଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ।
ପ୍ରକାଶ ଯେ, ସମ୍ବଲପୁର ବିଶ୍ବବିଦ୍ୟାଳୟର ଯୁକ୍ତ ୩ ର ରାସାୟନ ବିଜ୍ଞାନ ତୃତୀୟ ସେମିଷ୍ଟାର ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ସୁନ୍ଦରଗଡ଼ରେ କଲେଜ ଛାତ୍ରଙ୍କ ମୋବାଇଲରେ ଘୁରିବୁଲୁଛି ପ୍ରଶ୍ନପତ୍ର । ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ସ୍ବାକାର କଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରଣକ ସୂର୍ଯ୍ୟ ନାୟକ। ଶ୍ରୀ ନାୟକ କାହିଛନ୍ତି ଯେ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି କିନ୍ତୁ ପରୀକ୍ଷା ବାତିଲ୍ ହେବ ନାହିଁ । ନୂଆ ପ୍ରଶ୍ନପତ୍ରରେ ଆଜି ପରୀକ୍ଷା ହେବ। କେଉଁଠୁ ଲିକ୍ ହେଲା ଖୋଳତାଡ଼ ପାଇଁ ବିଭିନ୍ନ କଲେଜରେ ରେଡ୍ ଚାଲିଛି।
Comments are closed.