ସ୍କୁଲ ବସ୍ରେ ନିଆଁ, ୪ ଛାତ୍ର ମୃତ
ପଞ୍ଜାବ: ପଞ୍ଜାବର ସାଙ୍ଗୁରର ଏକ ସ୍କୁଲ ବସ୍ରେ ନିଆଁ ଲାଗି ୪ ଜଣ ଛାତ୍ର ଜୀବନ୍ତ ଜଳିଯାଇଛନ୍ତି। ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ସାଙ୍ଗୁରର ଲୋଙ୍ଗୋୱାଲ ସହରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍କୁଲ ବସ୍ରେ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed.