ବ୍ୟାଟେରୀ ଫାଟି ଆଙ୍ଗୁଳି ଛିଣ୍ଡିଲା

ଭଦ୍ରକ: ବ୍ୟାଟେରୀ ସହ ଖେଳିବା ପଡିଲା ମହଙ୍ଗା। ଭଦ୍ରକ ଜିଲା ତିହିଡି ଥାନା ଅନ୍ତର୍ଗତ ମହରମପୁର ପଞ୍ଚାୟତ ତରାସୁଣୀ ସାହିରେ ଜଣେ ଛାତ୍ର ଚାଇନା ବ୍ୟାଟେରୀରେ ସହ ଖେଳୁଥିବା ବେଳେ ବ୍ୟାଟେରୀ ଫାଟି ଛାତ୍ର ଜଣଙ୍କର ୩ଟି ଆଙ୍ଗୁଠି ପାପୁଲିରୁ ଛିଣ୍ଡି ଯାଇଛି। ଏଥିରେ ଆଉ ଜଣେ ଛାତ୍ର ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ତରାଶୁଣୀ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।
ଗୁରୁତର ନାବାଳକଜଣକ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବାବେଳେ ଆହତ ଛାତ୍ର ଜଣକ ଷଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି। ଗୁରୁତରଙ୍କୁ ପ୍ରଥମେ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାତ୍ର ସେଠାରେ ମଧ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ଏହି ଦୁଇ ନାବାଳକ ଏକ ଚାଇନା ବ୍ୟାଟେରୀରେ ତାର ସଂଯୋଗ କରି ଖେଳୁଥିବା ସମୟରେ ହଠାତ୍ ବ୍ୟାଟେରୀଟି ଫାଟି ଯାଇଥିଲା। ଗୁରୁତର ନାବାଳକଙ୍କ ଡାହାଣ ହାତର ୩ଟି ଆଙ୍ଗୁଳି ଛିଣ୍ଡି ଯାଇଥିବାବେଳେ ପାପୁଲି ଓ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି।
Comments are closed.