Odisha Link
Bridging the Missing Links in Odisha

ଦୋଷୀଙ୍କ ଆଇନଗତ ଦିଗ ବାକି ଅଛି: ଏପି ସିଂହ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ କୁମାର ସିଂହ (୩୨), ପଓ୍ଵନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ କୁମାର (୩୧)ଙ୍କ ଫାଶି ପାଇଁ ଆଜି ଦିଲ୍ଲୀର ପାଟିଆଲା ହାଉସ୍‌ କୋର୍ଟ ନୂଆ ଡେଥ୍‌ ଓ୍ଵାରେଣ୍ଟ ଜାରି କରିଛନ୍ତି। ମାର୍ଚ୍ଚ ୩ ସକାଳ ୬ଟାରେ ଫାଶି ପାଇଁ ଡେଥ୍‌ ଓ୍ଵାରେଣ୍ଟ ଜାରି କରିଛନ୍ତି ପାଟିଆଲା ହାଉସ୍‌ କୋର୍ଟ। ଡେଥ୍‌ ଓ୍ଵାରେଣ୍ଟ ଜାରିକୁ ନେଇ ଦୋଷୀଙ୍କ ଓକିଲ କହିଛନ୍ତି ଯେ, ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଲଢେଇ ଜାରି ରହିବ। ଦୋଷୀଙ୍କ ଆଇନଗତ ଦିଗ ବାକି ଅଛି। ଶୋଷିତ, ଦଳିତ, ଅବହେଳିତଙ୍କୁ ନ୍ୟାୟ ପାଇଁ ଲଢେଇ କରିବି।

ଏହା ପୂର୍ବରୁ ଅଦାଲତ ୨ ଥର ଲେଖାଏଁ ଡେଥ୍ ଓ୍ୱାରେଣ୍ଟ ଜାରୀ କରିଛନ୍ତି । ପ୍ରଥମେ ୭ ଜାନୁଆରୀ ଓ ପରେ ୨୨ ଜାନୁଆରୀରେ ଫାଶୀ ପାଇଁ ଡେଥ୍ ଓ୍ୱାରେଣ୍ଟ ଜାରୀ କରାଯାଇଥିଲା । ମାତ୍ର ବିଭିନ୍ନ ଆଇନଗତ କାରଣରୁ ପୁଣି ଏହା ଉପରେ ରୋକ ଲଗାଯାଇଥିଲା।

Comments are closed.