ନିର୍ଭୟା ମାମଲା: ଦୋଷୀଙ୍କୁ ମାର୍ଚ୍ଚ ୩ରେ ଫାଶୀ
ନୂଆଦିଲ୍ଲୀ: ମାର୍ଚ୍ଚ ୩ ସକାଳ ୬ଟାରେ ନିର୍ଭୟା ଦୋଷୀଙ୍କୁ ଦିଆଯିବ ଫାଶୀ। ଆଜି ତୃତୀୟ ଥର ପାଇଁ ଏହି ଡେଥ୍ ଓ୍ୱାରେଣ୍ଟ ଜାରି କରାଯାଇଛି। ଫାଶି ପାଇଁ ନୂଆ ଡେଥ ୱାରେଣ୍ଟ ଜାରିକଲେ ପଟିଆଲା କୋର୍ଟ। ଦିଲ୍ଲୀ ପାତିଆଲା ହାଉସ୍ ଅଦାଲତର ବିଚାରପତି ଧର୍ମେନ୍ଦ୍ର ରାଣା ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହା ପୂର୍ବରୁ ଅଦାଲତ ୨ ଥର ଲେଖାଏଁ ଡେଥ୍ ଓ୍ୱାରେଣ୍ଟ ଜାରୀ କରିଛନ୍ତି । ପ୍ରଥମେ ୭ ଜାନୁଆରୀ ଓ ପରେ ୨୨ ଜାନୁଆରୀରେ ଫାଶୀ ପାଇଁ ଡେଥ୍ ଓ୍ୱାରେଣ୍ଟ ଜାରୀ କରାଯାଇଥିଲା। ମାତ୍ର ବିଭିନ୍ନ ଆଇନଗତ କାରଣରୁ ପୁଣି ଏହା ଉପରେ ରୋକ ଲଗାଯାଇଥିଲା। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ କୁମାର ସିଂହ (୩୨), ପଓ୍ଵନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ କୁମାର (୩୧)ଙ୍କ ବିରୋଧରେ ଆଜି ଦିଲ୍ଲୀର ପାତିଆଲା ହାଉସ୍ ଅଦାଲତ ନୂତନ ‘ମୃତ୍ୟୁ ପରଓ୍ଵାନା’ (ଡେଥ୍ ଓ୍ଵାରେଣ୍ଟ) ଜାରି କରିଛନ୍ତି।
Comments are closed.