କରୋନା ଭାଇରସ୍: ମୃତ୍ୟୁ ସଂଖ୍ୟା ୧୭୦୦ ଟପିଲା

ବେଜିଂ: ଥମିବାର ନାଁ ଧରୁନି କରୋନା ଭାଇରସ୍ ସଂକ୍ରମଣ। ଦିନକୁ ଦିନ ମୃତ୍ୟୁର କାୟା ବିସ୍ତାର କରୁଛି କରୋନା ଭାଇରସ୍। ଗତକାଲି ୧୦୫ ଲୋଙ୍କର ମୃତ୍ୟୁ ହୋଇଛି। ଯାହାଫଳରେ ଚୀନରେ ଦେଖାଯାଇଥିବା ଏହି ମହାମାରୀରେ ମୃତୁସଂଖ୍ୟା ୧୭୭୦ ଛୁଇଁଛି।
ହୁବେଇ ପ୍ରଦେଶର ସ୍ୱାସ୍ଥ୍ୟ କମିଶନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ୧ହଜାର ୯୩୩ଟି ନୂତନ ରୋଗୀଙ୍କଠାରେ ଏହି ଭୂତାଣୁ ଚିହ୍ନଟ କରାଯାଇଛି। ସେହିଭଳି ସମଗ୍ର ଚୀନରେ ୭୦ ହଜାରରୁ ଊର୍ଦ୍ଧ୍ବ ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ହୁବେଇ ଅଞ୍ଚଳର। ଇତିମଧ୍ୟରେ ଅନ୍ତର୍ଜାତୀୟ ବିଶେଷଜ୍ଞ ଦଳ ବେଜିଂରେ ପହଞ୍ଚି ଏହି ମହାମାରୀକୁ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ସେମାନଙ୍କ ଚୀନ ପ୍ରତିପକ୍ଷଙ୍କ ସହ ବୈଠକ ଆରମ୍ଭ କରିଛନ୍ତି।
Comments are closed.