Odisha Link
Bridging the Missing Links in Odisha

ରାଜ୍ୟର ଅଭିବୃଦ୍ଧି ହାର କମିଲା

ଭୁବନେଶ୍ବର: କମିଲା ରାଜ୍ୟର ଅଭିବୃଦ୍ଧି ହାର। ବଜେଟ ପୂର୍ବରୁ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ। ଚଳିତବର୍ଷ ଅଭିବୃଦ୍ଧି ହାର ୬.୧୬% ରହିବା ନେଇ ଆକଳନ। ବାତ୍ୟା ଯୋଗୁଁ କୃଷି ଉତ୍ପାଦନ କମିଥିବାରୁ ଏବଂ ଖଣିଜ କାରବାର ମାନ୍ଦା ହେତୁ ଜି.ଏସ୍.ଡି.ପି ହ୍ରାସ ପାଇଛି ବୋଲି ଉଲ୍ଲେଖ କରାଯାଇଛି। ଜାତୀୟ ଜି.ଏସ୍.ଡି.ପି ୨୦୧୯-୨୦ରେ ୫% ଆକଳନ କରାଯାଇଛି। ଗତ ବର୍ଷ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ୭.୯୦% ରହିଥିଲା ଜାତୀୟ ତୁଳନାରେ ରାଜ୍ୟର ମୁଣ୍ଡପିଛା ଆୟ କମିଥିବା ନେଇ ମଧ୍ୟ ଉଲ୍ଲେଖ କରାଯାଇଛି। ୨୦୧୯-୨୦ରେ ରାଜ୍ୟର ମୁଣ୍ଡପିଛା ଆୟ ୧,୦୧,୫୮୭ଟଙ୍କା ରହିଥିବା ବେଳେ ୨୦୧୮-୧୯ରେ ରାଜ୍ୟର ମୁଣ୍ଡପିଛା ଆୟ ୯୫,୧୬୪ଟଙ୍କ ଥିଲା। ଏଥିସହ ୨୦୧୯-୨୦ରେ ଜାତୀୟ ମୁଣ୍ଡପିଛା ଆୟ ୧,୩୫,୦୫୦ ଟଙ୍କା ରହିଛି।

Comments are closed.