ଜାତୀୟସ୍ତରୀୟ ହସ୍ତତନ୍ତ ମେଳା

ଭୁବନେଶ୍ୱର : ଭୁବନେଶ୍ୱରରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଧିନସ୍ଥ ବ୍ରହ୍ମପୁରୀ ପାଟଶାଢୀ ବୟ[ କାର୍ଯ୍ୟ ଲିପ୍ତ ଦୁଇଜଣ ବୁଣାକାର ଯଥା: ଓ୍ୱାଇ ଭିମା ଏବଂ ବି. ବାଲାରାଜୁଙ୍କୁ ବୟନିକା ତରଫରୁ ‘ବୟନ ସମ୍ମାନରେ ସମ୍ମାନୀତ କରାଗଲା । ଏହି ପାଟଶାଢୀ ଓ ଯୋଡବୁଣାରେ ଏହି ଦୁଇ ବୁଣାକର ଙ୍କ ପ୍ରାୟ ୨୫ ବର୍ଷରୁ ଉର୍ଦ୍ଧ୍ୱ ଅଭିଜ୍ଞତା ରହିଅଛି ।
ବ୍ରହ୍ମପୁର ପାଟଶାଢୀର ଗଠନ ଓ ପରି ପାଟୀ ସ୍ୱତନ୍ତ୍ର । ଏହି ପାଟ ବସ୍ତ୍ରର ସ୍ୱାତନ୍ତ୍ରତାକୁ ମାନ୍ୟତା ଦେଇ ବ୍ରହ୍ମ ପୁରକୁ ରେଶମ ସହର ମଧ୍ୟ କୁହାଯାଏ । ଏହି ଶାଢୀ ଓ ଯୋଡକୁ ବ୍ରହ୍ମ ପୁର ସହରରେ ବସବାସ କରୁଥିବା ଦେବାଙ୍ଗ ସମ୍ପ୍ରଦାୟର ବୁଣାକାରମାନେ ପ୍ରସ୍ତୁତ କରିଥାନ୍ତି ।
ଫୋଡାକୁମ୍ଭ ଧଡି ସହ ଆଞ୍ଚୁଡା ଆଞ୍ଚଳ ଓ ଘଞ୍ଚବୁଣା ଏହି ବସ୍ତ୍ରର ବିଶେଷତ୍ୱ । ଆଗରୁ ଏହା ଲାଖ ଓ ଅନ୍ୟାନ୍ୟ ଜୈବିକ ରଙ୍ଗରେ ପ୍ରସ୍ତୁତ ହେଉଥିଲା । ଉକ୍ତ ରଙ୍ଗର ଅଭାବଯୋଗୁଁ ବର୍ତ୍ତମାନ ଏସିଡ୍ ଓ ମେଟାଲିକ୍ ରଙ୍ଗ ବ୍ୟବହାର କରାଯାଉଛି । ବର୍ତ୍ତମାନ ବଜାରରେ ବ୍ରହ୍ମ ପୁର ପାଟଶାଢୀ ଓ ଯୋଡର ବହୁତ ଚାହିଦା ରହିଅଛି ।
ଏହା ପରେ ଏହିମଞ୍ଚରେ ପ୍ରଜ୍ଞା ନୃତ୍ୟାୟନ ଦ୍ୱାରା ଓଡିଶୀ ଓ ମଡର୍ଣ୍ଣ ଡ୍ୟାନ୍ସ ପରିବେଷଣ କରାଯାଇଥିଲା । ତାପରେ ଚିତ୍ରଭାନୁ ମହାନ୍ତିଙ୍କ ଦ୍ୱାରା ଅକ୍ଷୟ ସଂଧ୍ୟାରେ ଅକ୍ଷୟ ମାହନ୍ତିଙ୍କ ଅଭୁଲାଗୀତ ଗୁଡିକ ପରିବେଷଣ କରାଯାଇଥିଲା, ଯାହା ଦର୍ଶକଙ୍କୁ ବିମୋହିତ କରିଥିଲା ।
ଗତକାଲି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ବୟନ ଶିଳ୍ପ ନିର୍ଦ୍ଦେଶାଳୟ, ଓଡିଶାର ଉପନିର୍ଦ୍ଦେଶକ ଦେବଜିତ୍ ନନ୍ଦି । ସେ ବୟନିକା ଦ୍ୱାରା ଆୟୋଜିତ ଏହି ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାକୁ ଭୂରିୟସି ପ୍ରଶଂସା କରିଥିଲେ ।
ତାପରେ ଏହି ମଂଚରେ ବାରବାଟି ଯୋଗ ଆସୋସିଏସନ ଦ୍ୱାରା ଯୋଗ ନୃତ୍ୟ ଦର୍ଶକଙ୍କୁ ଅଭିଭୁତ କରିଥିଲା । ପରେ ପରେ ହାସ୍ୟକବିସମ୍ରାଟ ଜ୍ଞାନ ହୋତା ଓ ଗୃପ୍ଙ୍କଦ୍ୱାରା ହାସ୍ୟକବି ସମ୍ମିନୀର ଆୟୋଜନ ହୋଇଥିଲା, ଏହାକୁ ଦର୍ଶକ ମନଭରି ଉପଭୋଗ କରିଥିଲେ । ଆସନ୍ତାକାଲି ଏହି ମଞ୍ଚରେ ବିଶ୍ୱନାଥ ସଂଗୀତାଳୟ ଦ୍ୱାରା ସଂଗୀତ ସଂଧ୍ୟା ପରିବେଷଣ କରାଯିବ ।
ପ୍ରକାଶଥାଉକି, ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାର ପ୍ରତ୍ୟକ ଦିନସଂଧ୍ୟାର ଏହି କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଓ ସୁଚାରୁଭାବେ ପରିଚାଳନା କରୁଛନ୍ତି ଡ ଜେନାମଣୀ ସଞ୍ଜୀବ କୁମାର, ଯିଏ ଓଡିଶା କଲ୍ଚରାଲ୍ ସର୍କଲ ର ଉପ-ଚେୟାରମ୍ୟାନ ଓ ‘ଆମେ ଓଡିଆ’ର ଯୁଗ୍ମ ସମ୍ପଦକଭାବେ ଅତି ପରିଚିତ ।
Comments are closed.